ମଦ ପିଇ ବାହାଘରରେ ପହଞ୍ଚିଲା ବର, କନ୍ୟା କହିଲା…

1 min read

ଉତ୍ତର ପ୍ରଦେଶ : ଭାରତରେ ବାହଘରକୁ ଖୁବ୍ ଧୁମଧାମରେ ପାଳନ କରାଯିବାର ନଜିର ରହିଛି । ବିଷେଶକରି ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ନିର୍ବନ୍ଧଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ବନ୍ଧୁ ବାନ୍ଧବ ସହ କନ୍ୟା ପକ୍ଷ ଓ ବର ପକ୍ଷର ଲୋକମାନେ ଆନନ୍ଦ ଉଲ୍ଲାସର ସହ ବାହାଘର ମନାଇବାର ନଜିର ରହିଛି । ହେଲେ ବାହାଘର ଉତ୍ସବରେ କିଛି ଅପ୍ରିତିକର ପରିସ୍ଥିତି ପାଇଁ ଅନେକ ସମୟରେ ଏକ ସୁନାର ସଂସାର ଭାଙ୍ଗିଯାଏ । ସେମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଅଞ୍ଚଳରେ ।

କନ୍ୟାକୁ ନେବା ପାଇଁ ଜାକଜମକରେ ବାଣ ରୋଷଣୀ ସହ ଆସିଥିଲା ବର। ନାଚ ଗୀତ ଧୁମ୍ ହୋଇଥିଲା । ବରଯାତ୍ରିଙ୍କ ନାଚକୁ ଦେଖି ମଦ ପିଇ ଚୁର୍ ଥିବା ବର, ନିଜକୁ ସମ୍ଭାଳି ନପାରି ତାଙ୍କ ସହ ବି ନାଚିଥିଲା । ମଦୁଆ ବରର କାର୍ଯ୍ୟକଳାପ କିନ୍ତୁ ଭଲ ଲାଗିନଥିଲା କନ୍ୟାପକ୍ଷଙ୍କୁ । ଖୋଦ୍ କନ୍ୟା ମଧ୍ୟ ଏଥିରେ ଚିଡ଼ି ଉଠିଥିଲା । ବାଧ୍ୟ ହୋଇ କନ୍ୟା ମନେ ମନେ ସ୍ଥିର କରିଥିଲା ମଦୁଆ ବରକୁ ପାନେଦେବ, ଶିଶୁପାଳ ହୋଇ ବର ବିଦା ହେବ । ଆଉ ଠିକ୍ ସେଇଆ ହିଁ ହେଲା ।

ଯେତେବେଳେ ବେଦି ଉପରେ ବରଣ ମାଳା ପିନ୍ଧାଇବାର ସମୟ ଆସିଲା କନ୍ୟା ବାହା ହେବେକୁ ରୋକ୍ ଠୋକ୍ ମନା କରିଦେଇଥିଲା  । ଏହା ପରେ ବର ରାଗିଯାଇ କନ୍ୟାକୁ ଚାପୁଡାଟିଏ ମଧ୍ୟ ମାରିବାକୁ ପଛାଇ ନଥିଲା । ପରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଏଭଳି ଭୟଙ୍କର ରୂପ ନେଇଥିଲା ଯେ, ପୋଲିସ ଯାଏଁ କଥା ଯାଇଥିଲା । ପୋଲିସ୍ ପହଞ୍ଚି ଦୁଇ ପକ୍ଷଙ୍କ ସହ ଆଲୋଚନା କରିବା  ପରେ ବର ପକ୍ଷ ସମସ୍ତ ଯୌତୁକ ଫେରସ୍ତ କରିବା ରାଜି ହୋଇଥିଲେ । ପରେ ଆପୋସ ବୁଝାବଣା ପରେ କେହି କାହା ଉପରେ ଅଭିଯୋଗ ନକରିବାକୁ ନିଷ୍ପତି ନେଇଥିଲେ। ବାହା ନହୋଇପାରି ଶିଶୁପାଳ ହୋଇ ଫେରିଥିଲା ବର ।

ମଦୁଆ ବରଙ୍କୁ ଏଭଳି ଶାସ୍ତି ଦରକାର ବୋଲି ଗାଁରେ ଚର୍ଚ୍ଚା ହେଉଥିଲା । ତେବେ ଉତ୍ତର ପ୍ରଦେଶର ଏଭଳି ଘଟଣା ମହିଳା ଶସକ୍ତିକରଣର ବାର୍ତ୍ତା ଦେଇଥିବା ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି । ')}

Leave a Reply