ବାହାଘର ପୂର୍ବରୁ ବିଦାୟ, ଦୁର୍ଘଟଣାରେ ଚାଲିଗଲା ବରର ଜୀବନ

Groom Died Before Day Of Marriage In Jajpur

ଯାଜପୁର: ମୁଣ୍ଡରେ ମୁକୁଟ ପିନ୍ଧିବା ପୂର୍ବରୁ ଜଳିଲା ଜୁଇ । ମଙ୍ଗନ ଦିନ ପୁଅ ମୁହଁରେ ନିଆଁ ଦେଲେ ବାପା । ରାତି ପାହିଲେ ହୋଇଥାନ୍ତା ପୁଅ ବାହାଘର । ପୁଅକୁ ବର ବେଶରେ ଦେଖିବା ପାଇଁ  ସରିଥିଲା ସବୁ ପ୍ରସ୍ତୁତି । ହେଲେ ଦଇବ ଦାଉ ସାଜିଲା । ଆଉ ପାଲିଙ୍କି ବଦଳରେ ଉଠିଲା କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଥାଲକୁଡି ପଞ୍ଚାୟତରେ । ଶୁକ୍ରବାର ବାହାଘର ଥିବା ବେଳେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଯୁବକ ।

Groom Died Before Day Of Marriage In Jajpur

ଦୁର୍ଘଟଣାରେ ବାହାଘରର ପୂର୍ବଦିନ ଲିଭି ଯାଇଛି ଦୀପକଙ୍କ ଜୀବନ ଦୀପ । ଦୀପକ ଗୁଜୁରାଟର ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ କିଛି ଦିନ ହେବ ବାହାଘର ପାଇଁ ଗାଁକୁ ଆସିଥିଲେ । ଶୁକ୍ରବାର ତାଙ୍କର ବାହାଘର ଥିବାରୁ ଗୁରୁବାର ବାଇକ୍ ଯୋଗେ କଟକରୁ ପୋଷାକ କିଣି ଫେରୁଥିଲେ, ହେଲେ ବିଧିର ବିଧାନ କିଛି ଅଲଗା ଥିଲା ।

Groom Died Before Day Of Marriage In Jajpur

ବଡ଼ଚଣା ଥାନା ବନ୍ଦାଳୋ ନିକଟରେ ଏକ ଟ୍ରକ୍ ଧକ୍କାରେ ଲିଭି ଯାଇଥିଲା ଦୀପକଙ୍କ ଜୀବନ ଦୀପ । ବାହାଘର ପାଇଁ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିଥିବା ବେଳେ ସବୁ ହସଖୁସି ନିମିଷକେ ପାଣି ଫୋଟକା ପରି ମିଳେଇ ଯାଇଛି । ଶାନ୍ତ ପଡ଼ି ଯାଇଛି ଗାଁ, ସ୍ତବ୍ଧ ହୋଇ ଯାଇଛି ଦୀପକଙ୍କ ପରିବାର । ଏକ ମାତ୍ର ପୁଅକୁ ହରାଇ ମାଆ ବାହୁନି କାନ୍ଧୁଥିବା ବେଳେ ପୁଅକୁ ମୁଖାଗ୍ନି ଦେବା ମୂକ ପ୍ରାୟ ପାଲଟି ଯାଇଛନ୍ତି ବାପା ।

Leave a Reply