ଏହି ସ୍ଥାନର କୁକୁଡ଼ା ଦେଉଛନ୍ତି ସବୁଜ କେଶର ଥିବା ଅଣ୍ଡା,ବୈଜ୍ଞାନିକ ଖାଦ୍ୟ ବଦଳାଇବା ପାଇଁ ଦେଲେ ପରାମର୍ଶ

ମଲ୍ଲପୁରମ: ଆପଣ କେବେ ସବୁଜ କେଶର ଥିବା ଅଣ୍ଡା ଦେଖିଛନ୍ତି କି । ଯଦି ଦେଖି ନାହାଁନ୍ତି ତେବେ ଏବେ ଦେଖି ନିଅନ୍ତୁ । ଏମିତି ଏକ ଘଟଣା ଦେଖାଦେଇଛି କେରଳର କୁକୁଡ଼ା ଚାଷୀଙ୍କ ଘରେ । ଯେଉଁଠି ତାଙ୍କ କୁକୁଡ଼ାମାନେ ସବୁଜ ରଙ୍ଗର ଅଣ୍ଡା ଦେବା ଆରମ୍ଭ କରିଦେଇଛନ୍ତି । ପୂରା ପରିବାର ଗତ କିଛି ମାସରୁ ଏହି ଅଣ୍ଡା ଖାଉଛନ୍ତି ମଧ୍ୟ । କିନ୍ତୁ ଏବେ ଏହି ସବୁଜ ରଙ୍ଗର ଅଣ୍ଡା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ମଲ୍ଲପୁରମରେ ରହୁଥିବା ଜଣେ କୁକୁଡ଼ା ଚାଷୀ ଶିହାବୁଦ୍ଦୀନ କହିଛନ୍ତି ଯେ, କୁକୁଡ଼ା ଫାର୍ମରେ କୁକୁଡ଼ାମାନେ ସବୁଜ ଅଣ୍ଡା ଦେଉଛନ୍ତି । ସେ ଏବଂ ତାଙ୍କ ଫ୍ୟାମିଲି ଗତ ୯ମାସ ହେବ ଏହି ଅଣ୍ଡା ଖାଉଛନ୍ତି ଏବଂ ସେମାନେ ସେହି ଅଣ୍ଡା ଖାଇବା ଦ୍ୱାରା ତାଙ୍କଠାରେ କୌଣସି ସମସ୍ୟା ମଧ୍ୟ ଦେଖାଯାଇନାହିଁ । ଶିହାବୁଦ୍ଦୀନ କହିଛନ୍ତି ଯେ, କିଛି ସାପ୍ତାହ ପୂର୍ବରୁ ସେ ଏହି ସବୁଜ ରଙ୍ଗର କେଶର ଯୁକ୍ତ ଅଣ୍ଡାର ଫଟୋ ପୋଷ୍ଟ କରିଥିଲେ ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

କେରଳର ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ କହିଛନ୍ତି ଯେ, କୁକୁଡ଼ାରେ ଖାଦ୍ୟ ପାଇଁ ଏମିତି ଅବସ୍ଥା ହୋଇଛି । ଯଦି ତାଙ୍କ ଖାଦ୍ୟରେ ସବୁଜ ରଙ୍ଗର ଖାଦ୍ୟ ପଦାର୍ଥ ଥାଏ ତେବେ ସେମାନଙ୍କ ଅଣ୍ଡାର କେଶର ସାବୁଜ ହୋଇଥାଇ ପାରେ । ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଏସ. ଶଙ୍କରଲିଙ୍ଗମ କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ହୋଇଛି ଯେ, କୁକୁଡ଼ା ମାନଙ୍କୁ କିଭିଳି ଖାଦ୍ୟ ଦିଆଯାଇପାରିବ । ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଶିହାବୁଦ୍ଦୀନଠାରୁ କୁକୁଡ଼ାମାନେ ଖାଉଥିବା ଖାଦ୍ୟ ମାଗିଥିଲେ ।

ଏହାପରେ ବୈଜ୍ଞାନିକମାନେ ଖାଦ୍ୟକୁ ପରୀକ୍ଷଣ କିରବା ପରେ ଶିହାବୁଦ୍ଦୀନକୁ କହିଲେ ଯେ, ସେହି ଖାଦ୍ୟ କୁକୁଡ଼ାକୁ ଦିଅନ୍ତୁ । ଆରମ୍ଭରୁ କୁକୁଡ଼ାମାନେ ସେହି ଖାଦ୍ୟ ଖାଇବାପରେ ଯେଉଁଅଣ୍ଡା ଦେଲେ ତାହା ସବୁଜ ରଙ୍ଗର କେଶର ଯୁକ୍ତ ଥିଲା । କିନ୍ତୁ ସପ୍ତାହେ ପରେ କୋଶରର ରଙ୍ଗ ହଳଦିଆ ହେବାରେ ଲାଗିଲା ।

ଡକ୍ଟର ଏସ ଶଙ୍କରଲିଙ୍ଗମ କହିଛିନ୍ତି ଯେ, କୁକୁଡ଼ାମାନଙ୍କୁ କେରଳରେ ସାଧାରଣ ଭାବେ କୁରୁନଥୋଡ୍ଡୀ ନାମକ ଔଷଧିୟ ଗଛ ଖାଇବାକୁ ଦିଆଯାଇଥା ଏଥିପାଇଁଅ ହିଁ ଅଣ୍ଡାର କେଶରର ରଙ୍ଗ ବଦଳିଯାଏ ।

Leave a Reply