ବଦଳିବ ପୁରୀ ବାଙ୍କୀ ମୁହାଣ ବେଳାଭୂମିର ରୂପରେଖ

1 min read
Govt's Focus To Renovate 'Banki Muhana' In Puri 

ପୁରୀ: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବାକୁ ସରକାର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ବେଳାଭୂମିର ସୌନ୍ଦର୍ଯ୍ୟକରଣ ମଧ୍ୟ ଚାଲିଛି । ମହାପ୍ରଭୁଙ୍କ ଦାରୁ ଲାଗିଥିବା ଚକ୍ରତୀର୍ଥ ଅଞ୍ଚଳ ସମେତ ଚାଲିଛି ବାଙ୍କୀ ମୁହାଣର ସୌନ୍ଦର୍ଯ୍ୟକରଣ । ନୀଳାଦ୍ରି ବିଚ୍‌ କୁହାଯାଉଥିବା ଏହି ବିଚ୍‌କୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

Govt's Focus To Renovate 'Banki Muhana' In Puri 

ବଦଳିବ ପୁରୀ ବାଙ୍କୀ ମୁହାଣ ବେଳାଭୂମିର ରୂପରେଖ । ଆରମ୍ଭ ହୋଇଛି ସୌନ୍ଦର୍ଯ୍ୟକରଣ । ପୁରୀ ଗୋଲ୍ଡେନ୍ ବିଚ୍ ଓ ବାଙ୍କୀ ମୁହାଣ ବେଳାଭୂମିକୁ ଯୋଡ଼ି ପୋଲ ନିର୍ମାଣ ହୋଇଛି । ପୂର୍ବରୁ ଏହି ୨ ବିଚ୍‌ ମଧ୍ୟରେ ଜଳଧାରା ଯାଇଥିବାରୁ ଏହା ଅଲଗା ହୋଇ ରହିଥିଲା । ଯୋଡ଼ା ଯିବା ପରେ ପର୍ଯ୍ୟଟକମାନେ ସିଧା ବାଙ୍କୀ ମୁହାଣ ବିଚ୍‌କୁ ଯାଇପାରିବେ । ବାଙ୍କୀ ମୁହାଣ ସହ ଚକ୍ରତୀର୍ଥର ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଅଞ୍ଚଳକୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗତ ୨୪ ତାରିଖରେ 5T ସଚିବ ଭି.କେ. ପାଣ୍ତିଆନ ପୁରୀ ବେଳାଭୂମି ବୁଲି କାମର ସମୀକ୍ଷା କରିଥିଲେ ।

Govt's Focus To Renovate 'Banki Muhana' In Puri 

କିଛି ବର୍ଷ ହେଲା ପୁରୀ ସହରର ନର୍ଦ୍ଦମା ଜଳ ବାଙ୍କୀ ମୁହାଣ ଦେଇ ସମୁଦ୍ରରେ ମିଶୁଛି । ଉକ୍ତ ଅଞ୍ଚଳ ପ୍ରଦୂଷିତ ହେବା ସହ ବେଳାଭୂମି ସୌନ୍ଦର୍ଯ୍ୟ ହରାଇଛି । ଏହି ଅଞ୍ଚଳରେ ମହାପ୍ରଭୁଙ୍କ ଦାରୁ ଲାଗିଥିବାରୁ ଏହାର ପବିତ୍ରତା ରକ୍ଷା ପାଇଁ କାମ ଆରମ୍ଭ ହୋଇଛି । ପ୍ରାଥମିକ ଭାବେ ସେଠାରେ ନୀଳାଦ୍ରି ବିଚ୍ ନାମରେ ଏକ ସୁନ୍ଦର ପାର୍କ ତିଆରି କରାଯାଇଛି । ଏହି ପାର୍କରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଉପରେ ବିଭିନ୍ନ କାହାଣୀକୁ ଆଧାର କରି ପଥରରେ ଖୋଦେଇ କରାଯାଇ ସ୍ଥାପନ କରାଯାଇଛି । ପୁରୀକୁ ହେରିଟେଜ୍‌ ସିଟି ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାର ସୌନ୍ଦର୍ଯ୍ୟକରଣ ଆଗେଇ ଚାଲିଛି ।

Leave a Reply