ଧର୍ମାନୁଷ୍ଠାନ ଖୋଲିବା ନେଇ ବିଚାର କରୁଛନ୍ତି ସରକାର

ଭୁବନେଶ୍ୱର: କରୋନା ବ୍ୟାପିବା ପରେ ସରକାର ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ । ସାଧାରଣ ଲୋକଙ୍କ ବିନା ପ୍ରବେଶରେ କେବଳ ସୀମିତ ସେବାୟତଙ୍କ ସହାୟତାରେ ମନ୍ଦିର ପରିଚାଳିତ ହେଲା । ନୀତିକାନ୍ତି ଯେତିକି ସେବାୟତ ଯିବା କଥା ସେତିକି ହିଁ ମନ୍ଦିର ପ୍ରବେଶ କଲେ । ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ସମ୍ୱଲପୁର ସମଲେଇ ପର୍ଯ୍ୟନ ସମାନ ନ୍ୟାୟରେ କାମ ଚାଲିଲା । ତେବେ ସଂକ୍ରମଣର ୬ ମାସ ପରେ ଏବେ ମନ୍ଦିର ଖୋଲିବା ନେଇ ସରକାର ବିଚାର କରୁଛନ୍ତି ।

ବାସ୍ତବରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ଲଦିବା ପରେ ସରକାର ମାନସ ମନ୍ଥନ କଲେଣି । ସରକାର ଏବେ କେବଳ କଣ୍ଟେନମେଣ୍ଟ ଜୋନ ବାଦ ସବୁ ଅଞ୍ଚଳର ମନ୍ଦିର ଖୋଲିବାକୁ ନିଷ୍ପତ୍ତି ଉପରେ ବିଚାର କରୁଛନ୍ତି । ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଶ୍ରୀମନ୍ଦିର ସମେତ ରାଜ୍ୟର ସବୁ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । କରୋନା ସଂକ୍ରମଣର ସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ । ସଂକ୍ରମଣ ଯେପରି ନବ୍ୟାପିବ, ଗାଇଡ୍‌ଲାଇନ ପାଳନ ପୂର୍ବକ ମନ୍ଦିର ଖୋଲିବା ନେଇ ଧ୍ୟାନ ଦିଆଯିବ

Leave a Reply