ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ୬ ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ୬,୫୨୫ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଲକ୍ଷଣ ନଥିବା ମହାମାରୀ କରୋନା ଭୂତାଣୁ ସହ ଯୁଦ୍ଧ ଚାଲିଛି । ଦେଶ ସହ ରାଜ୍ୟ ଲଢ଼ୁଛି କରୋନା ଯୁଦ୍ଧ । କାମଧନ୍ଦା ବନ୍ଦ କରି ଲୋକ ଘରେ ବସିଛନ୍ତି । ଆର୍ଥିକ ସ୍ଥିତି ଧିମେଇ ଯାଇଥିବା ବେଳେ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଶିଳ୍ପ ଗତିବିଧିକୁ ଆଗେଇ ନେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୨ତମ ଉଚ୍ଚସ୍ତରୀୟ ଅନୁମୋଦନ ପ୍ରାଧିକରଣ ଏନେଇ ନିଷ୍ପତ୍ତି ନେଇଛି ।

୨ଟି ପ୍ରକଳ୍ପରେ ୮୮୫୦.୧୯ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛ । ଏହି ନିବେଶ ଦ୍ୱାରା ୫୨୫୦ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ସମୁଦାୟ ୯୧୦୦.୨୯ କୋଟିର ୬ଟି ପ୍ରକଳ୍ପକୁ  ମଞ୍ଜୁରୀ ମିଳିଥିବା ବେଳେ ଏଥିରେ ୬ ହଜାର ୫୨୫ ଜଣ ଲୋକଙ୍କୁ ନିଯୁକ୍ତି ମିଳିବ ।

ରୁଙ୍ଗଟା ମାଇନ୍ସ ଲିମିଟେଡ ଓ ଧୁନ୍ସେରୀ ଭେନ୍ଚର୍ସ ଲିମିଟେଡ ମୁଖ୍ୟତଃ ୮୮୫୦.୧୯ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ପୁଞ୍ଜି ନିବେଶ ପ୍ରକଳ୍ପ ମଧ୍ୟରେ ଧାତୁ, ବସ୍ତ୍ର ଓ ପୋଷାକ, ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ନିବେଶ କରାଯିବ ।

Leave a Reply