ଚାଷୀଙ୍କ ପ୍ରତି ସମ୍ୱେଦନଶୀଳ ନୁହଁନ୍ତି ସରକାର: ଆନ୍ନା ହଜାରେ

ନୂଆଦିଲ୍ଲୀ: ପୁଣି ଅନଶନ କରିବେ ଆନ୍ନା ହଜାରେ । କୃଷକଙ୍କ ଆନ୍ଦୋଳନର ସମର୍ଥନରେ ଅନଶନ କରିବେ ଆନ୍ନା । ମହାରାଷ୍ଟ୍ରର ଅହମ୍ମଦାନଗରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ନିଜ ସମର୍ଥକଙ୍କୁ ନିଜ ନିଜ ସ୍ଥାନରେ ରହି ଆନ୍ଦୋଳନକୁ ସମର୍ଥନ କରିବାକୁ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ

            ‘ଗତ ଚାରି ବର୍ଷ ହେଲା ଚାଷୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଦାବି ନେଇ ଆନ୍ଦୋଳନ କରିଆସୁଛି । କେନ୍ଦ୍ର ସରକାରଙ୍କ କୃଷି ଆଇନରୁ ଜଣାପଡ଼ୁଛି ଯେ, କୃଷକମାନଙ୍କ ପ୍ରସଂଗରେ ସରକାର ଠିକ୍ ନିଷ୍ପତ୍ତି ନେଉନାହାନ୍ତି । କୃଷକମାନଙ୍କ ପ୍ରତି ସରକାର ସମ୍ୱେଦନଶୀଳ ନୁହଁନ୍ତି । ଏ ପ୍ରସଂଗ ନେଇ ପ୍ରଧାନମନ୍ତ୍ରୀ ଏବଂ କୃଷି ମନ୍ତ୍ରୀଙ୍କ ନିକଟକୁ ଗତ ୩ ମାସ ମଧ୍ୟରେ ୫ ଥର ଚିଠି ଲେଖି ସାରିଲିଣି । ସରକାର ପ୍ରତିନିଧିମାନେ ଏ ବିଷୟରେ ଆଲୋଚନା କରୁଛନ୍ତି । ମାତ୍ର ଏଯାଏଁ ସେଭଳି କୌଣସି ସଠିକ୍ ସମାଧାନର ବାଟ ବାହାରିନି । ଏଣୁ ଆସନ୍ତାକାଲି ମହାତ୍ମା ଗାନ୍ଧୀଙ୍କ ତିରୋଧନ ଦିବସରେ ଯାଦବବାବା ମନ୍ଦିର ରେଲେଗାଓଁ ସିଦ୍ଧିରେ ଅନଶନ ଆରମ୍ଭ କରିବେ ।

ଗତ ୨୦୧୮ ମସିହା ମାର୍ଚ୍ଚ ୨୩ ତାରିଖରେ ଏମ୍ଏସପି ନେଇ ଅନଶନ ଆରମ୍ଭ କରିଥିଲେ । ଏହା ପରେ ୨୯ ତାରିଖରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି । ଏଣୁ ସେ ଆଉ ଥରେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିବା ଆନ୍ନା କହିଛନ୍ତି ।

Leave a Reply