Budget 2021: କେତେକ ଉପାଦାନ ଉପରେ ସୀମା ଶୁଳ୍କ ବଢ଼ାଇପାରନ୍ତି କେନ୍ଦ୍ର ସରକାର

Budget 2021, How Much Will Get Odisha From Centre ?

ନୂଆଦିଲ୍ଲୀ: ଜାନୁଆରୀ ୨୯ରୁ ଆରମ୍ଭ ହେବ ସଂସଦର କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରର ଅଷ୍ଟମ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ଗୃହରେ ଉପସ୍ଥାପନ କରିବେ । କରୋନା ସଂକଟ ମଧ୍ୟରେ ଅର୍ଥନୀତି ଭୁଶୁଡ଼ି ପଡ଼ିଥିବା ବେଳେ ବଜେଟ୍ ଆସିବ । ଚଳିତ ବଜେଟରେ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ ଉପାଦାନ ଉପରେ ସୀମା ଶୁଳ୍କ (କଷ୍ଟମ ଡ୍ୟୁଟି) ବଢ଼ାଇ ପାରନ୍ତି ।

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ଉପାଦାନ ଉପରେ ସୀମା ଶୁଳ୍କ ବୃଦ୍ଧି କରିବା ନେଇ ବିଚାର କରୁଛନ୍ତି । ତେବେ, କେଉଁ କେଉଁ ଉପାଦାନ ଉପରେ ସୀମା ଶୁଳ୍କ ବଢ଼ିବ ସେନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।

Govt may increase customs duty on certain components in Union Budget 2021

ଗତବର୍ଷ ବଜେଟ୍ ଉପସ୍ଥାପନ ବେଳେ କଣ୍ଡେଇ, ଫର୍ଣ୍ଣିଚର, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଜୋତା, ଫ୍ରିଜର, ରେଫିରେଟର ସାମଗ୍ରୀ, ଗ୍ରାଇଣ୍ଡର, ହେଡ୍ ଫୋନ୍ ଓ ଇୟର ଫୋନ୍, କଲର ଟିଭି ଏବଂ ଚାର୍ଜର ଉପରେ ସୀମା ଶୁଳ୍କ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ।

ଜୋତା ଓ ଚପଲ ଉପରେ ସୀମା ଶୁଳ୍କ ୨୫ପ୍ରତିଶତରୁ ବୃଦ୍ଧି ପାଇ ୩୫ ପ୍ରତିଶତ ହୋଇଥିଲା । କଣ୍ଡେଇ ଉପରେ ଶୁଳ୍କ ୨୦ରୁ ୬୦ ପ୍ରତିଶତକୁ ବଢ଼ାଇ ଦିଆଯାଇଥିଲା । ଫ୍ରିଜର, ଗ୍ରାଇଣ୍ଡର ଉପରେ ସୀମା ଶୁଳ୍କ ଦ୍ୱିଗୁଣିତ କରାଯାଇଥିଲା ।

Leave a Reply