ସଂକ୍ରାମକ ରୋଗ ପାଇଁ ଜିଲ୍ଲାସ୍ତରରେ ହସ୍ପିଟାଲ, ପ୍ରତି ବ୍ଲକରେ ଲ୍ୟାବ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଡ଼ ଘୋଷଣା । ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଲ୍ଲା ସ୍ତରରେ ସଂକ୍ରାମକ ରୋଗ ପାଇଁ ହସ୍ପିଟାଲ ହେବ । ବ୍ଲକ ସ୍ତରରେ ପବ୍ଲିକ ହେଲଥ୍ ଲ୍ୟାବ ତିଆରି ହେବ । ଜିଲ୍ଲାସ୍ତରରେ ହସ୍ପିଟାଲ ପାଇଁ ଆତ୍ମନିର୍ଭରଶୀଳ ହେବା ସହ ଲ୍ୟାବ ନେଟୱର୍କକୁ ମଜଭୁତ୍ କରାଯିବ ।

ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ରୂପରେଖରେ ପରିବର୍ତ୍ତନ ଅଣାଯିବ । ମହାମାରୀ ପରିସ୍ଥିତିରେ ବି ହସ୍ପିଟାଲ ଗୁଡ଼ିକ କାର୍ଯ୍ୟ କରିବାର କ୍ଷମତା ରଖିବ । ଏଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟୟ ବରାଦ ବଢ଼ାଯିବ । କରୋନା ଭାଇରସ୍ ଲଢ଼ିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ୧୫ ହଜାର କୋଟି ଟଙ୍କା ଦିଆଯାଇଛି ।

ଟେଷ୍ଟିଂ ଓ ଲ୍ୟାବ କିଟ୍ ପାଇଁ ୫୫୦ କୋଟି ଟଙ୍କା ଦିଆଯାଇଛି । କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରାଯାଇଛି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

Leave a Reply