ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ପାଇଁ ବଡ଼ ଖବର, ଆସୁଛି କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସ୍କିମ୍‌

1 min read
Anurag- Sitaraman

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ମଧ୍ୟ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି । ସେ କହିଛନ୍ତି, ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଆଗାମୀ ଦିନରେ ଯାହା କିଛି ବି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଅବସରରେ ଅନୁରାଗ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଖୁବ୍ ଶୀଘ୍ର ଘରୋଇ ସଂସ୍ଥାର କର୍ମଚାରୀଙ୍କ ପାଇଁ LTC (ଯାତ୍ରା ଭତ୍ତା ଛାଡ) ସୁବିଧା କରାଯିବାର ସମ୍ଭାବନା ରହିଛି । ଏନେଇ କେନ୍ଦ୍ର ସରକାର ବିଚାର ବିମର୍ଷ କରୁଛନ୍ତି । ଏନେଇ ଖୁବ୍‌ ଶୀଘ୍ର ଚିତ୍ର ସ୍ପଷ୍ଟ ହେବ । ହୁଏତ ଆଗାମୀ ସପ୍ତାହକ ମଧ୍ୟରେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟି କରଣ ଜାରି କରାଯାଇପାରେ ।

Anurag- Sitaraman

ତେବେ ନିକଟରେ ଘୋଷଣା କରାଯାଇଥିବା ପ୍ୟାକେଜ୍‌କୁ ନେଇ ଅନୁରାଗ କୁହିଛନ୍ତି, କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ ହେଉଛି ଗରିବ ଶ୍ରେଣୀର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା । ଯଦିଓ ସରକାରୀ କର୍ମଚାରୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଥିଲା, ତେବେ ଏମିତି କିଛି ଆଇଟମ୍ ଉପରେ ସରକାର ଖର୍ଚ୍ଚ କରିବାକୁ ଯାଉଛନ୍ତି ଯାହା ଛୋଟ ବ୍ୟବସାୟୀଙ୍କୁ ସିଧାସଳଖ ଲାଭ ଦେବ ।

Anurag- Sitaraman

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଅନୁରାଗ ଠାକୁର କହିଛନ୍ତି ଦେଶର ଅର୍ଥନୀତି ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉଛି । ଆଲୋଚନା ସ୍ୱାଭାବିକ ଭାବରେ ହେବ କିନ୍ତୁ ଏହାର ପ୍ରତିଫଳନକୁ ବୁଝିବାର ଅଛି । ଆମେ ଭବିଷ୍ୟତରେ ଏକ ବଡ଼ ଚିତ୍ରକୁ ଦେଖିବାର ଅଛି । ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ୮୦ କୋଟି ଲୋକଙ୍କୁ ୮ ମାସ ପାଇଁ ମାଗଣା ଶସ୍ୟ ଦିଆଯାଇଥିଲା । ଏହାସହ ଗରିବ ଶ୍ରେଣୀର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬୮ ହଜାର କୋଟି ଟଙ୍କା ପଠାଯାଇଛି । ଖାଲି ସେତିକି ନୁହେଁ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି ।

Leave a Reply