ଅଗଷ୍ଟ ଯାଏଁ ପିଏଫ୍ ଅଂଶଧନ ଦେବେ ସରକାର, ଉପକୃତ ହେବେ ୮୦ ଲକ୍ଷ କର୍ମଚାରୀ

1 min read

ନୂଆଦିଲ୍ଲୀ: କମ୍ ଆୟକାରୀଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଆଶ୍ୱସ୍ତି ଦେଇଛନ୍ତି । କରୋନା ସଂକଟ ଯୋଗୁଁ ସରକାର ଇପିଏଫ ଅଂଶଧନ ୬ ମାସ ଯାଏଁ ଭରିବେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି । ସରକାର ମାର୍ଚ୍ଚ ମାସରୁ ୧୨ ପ୍ରତିଶତ (କର୍ମଚାରୀ) + ୧୨ ପ୍ରତିଶତ (ନିଯୁକ୍ତିଦାତା) ଜମା କରୁଥିଲେ । ଏହାକୁ ୬ ମାସ ଅର୍ଥାତ୍ ଅଗଷ୍ଟ ଯାଏଁ ବଢ଼ାଇ ଦିଆଯାଇଛି ।

୧୫ ହଜାରରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କୁ ଏହାର ଲାଭ ମିଳିବ । ଏହାଦ୍ୱାରା ନିଯୁକ୍ତିଦାତା ଓ କର୍ମଚାରୀଙ୍କ ଉପରୁ ଆର୍ଥିକ ବୋଝ କମିବ । ଏଥିରେ ପ୍ରାୟ ୮୦ ଲକ୍ଷ କର୍ମଚାରୀ ସହ ୩.୬ ଲକ୍ଷ କମ୍ପାନୀ ଉପକୃତ ହେବେ ।

ମିଳିବ ଅଧିକ ଦରମା

କର୍ମଚାରୀଙ୍କ ଦରମାରୁ ପୂର୍ବରୁ ୧୨ ପ୍ରତିଶତ କଟାଯାଇ ଇପିଏଫରେ ଜମା ହେଉଥିଲା । ଏଣିକି ୧୦ ପ୍ରତିଶତ ଦେବାକୁ ପଡ଼ିବ । ଫଳରେ କର୍ମଚାରୀଙ୍କୁ ଟେକ୍ ହୋମ୍ ସାଲାରୀ ଅଧିକ ମିଳିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିଛନ୍ତି ।

କାହାକୁ ମିଳିବ ଲାଭ ?

ତେବେ, ଯେଉଁ ସଂସ୍ଥାରେ ୧୦୦ରୁ କର୍ମଚାରୀ ଥିବେ ଏବଂ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାରରୁ କମ୍ ଥିବ । ସେମାନେ ଏହାର ଲାଭ ପାଇବେ । ଅର୍ଥାତ୍ ୧୫ ହଜାରରୁ ଅଧିକ ଦରମା ପାଉଥିବା ବ୍ୟକ୍ତିଙ୍କୁ ଏହି ସୁବିଧା ମିଳିବ ନାହିଁ ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

Leave a Reply