ପ୍ରଶାସନ ଓ ଠିକାଦାର ବାବୁଙ୍କ ମଧୁଚନ୍ଦ୍ରିକା: ବିନା ସୂଚନା ଫଳକରେ ଚାଲିଛି ସରକାରୀ କାମ

1 min read

ମୟୂରଭଞ୍ଜ: ବିନା ସୂଚନା ଫଳକରେ ଚାଲିଛି ସରକାରୀ କାମ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ମଧୁବନ ଗ୍ୟାରେଜ୍ ଛକରୁ । ଠିକାଦାର ବାବୁ ସରକାରୀ କାମକୁ ବିନା ଫଳକରେ ମନମୁଖୀ କରୁଛନ୍ତି । ଯାହାକୁ ସ୍ଥାନୀୟ ବାସିନ୍ଦା ଘୋର ବିରୋଧ କରିବା ସହିତ ତଦନ୍ତ ଦାବି କରିଛନ୍ତି । ପ୍ରଶାସନ ଓ ଠିକାଦାର ବାବୁଙ୍କ ମଧୁଚନ୍ଦ୍ରିକା । ବିନା ଫଳରେ ଚାଲିଛି ସରକାରୀ କାର୍ଯ୍ୟ । ନିମ୍ନମାନର କାମ କରି ଟଙ୍କା ବାଟମାରଣା ନେଇ ମସୁଧା । ଏଭଳି ପୁଳା ପୁଳା ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ବାରିପଦାରୁ । ସହରର ଗ୍ୟାରେଜ୍ ଛକରେ ପ୍ରଶାସନ ଦ୍ୱାରା ଉଚ୍ଛେଦ କରାଯାଇଥିବା ଜବରଦଖଲ ସ୍ଥାନରେ ସରକାରୀ କାମ ଆରମ୍ଭ ହୋଇଛି । ହେଲେ ଏହି କାମକୁ ବିନା ସୂଚନା ଫଳକରେ ଠିକାଦର ବାବୁ ମୁନମୁଖୀ କାମ ଚଳାଇଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଠିକାଦାର ନିମ୍ନମାନର କାମ କରି ସରକାରୀ ଟଙ୍କା ହଡ଼ପ କରିବାକୁ ମସୁଧା ରଖିଥିବା ଅଭିଯୋଗ କରିଛନ୍ତି ।

ତେବେ ବାରିପଦା ସହରର ଛାତି ଉପରେ ଠିକାଦାର ଏଭଳି ମସୁଧା ଚଳାଇଥିବା ବେଳେ ଏନେଇ କ୍ୟାମେରା ଅଗରେ ମୁହଁ ଖୋଲିନାହାଁନ୍ତି ବିଭାଗୀୟ ଅଧିକାରୀ । ଅନ୍ୟପଟେ ଘଟଣାରେ ତଦନ୍ତ ଚାଲିଛି, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌରପରିଷଦ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପ-ଜିଲ୍ଲାପାଳ କହିଛନ୍ତି ।   ଗୋଟଏ ପଟେ ବାରିପଦାରେ ଜମି କେଳାଙ୍କାରୀ ଘଟଣା ଥମି ନଥିଲା ବେଳେ, ବିନା ସୂଚନା ଫଳକରେ ସରକାରୀ କାମ ସବୁଛି ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply