ବିନା ଗ୍ୟାରେଣ୍ଟିରେ ମିଳିବ ଋଣ, ବର୍ଷେ ଯାଏଁ ଦେବାକୁ ପଡ଼ିବନି ମୂଳଧନ

1 min read

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ଶକ୍ତ ହେବ ଅର୍ଥନୀତି । ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ଦେଶ ଅର୍ଥନୀତିର ଅଭିନ୍ନ ଅଙ୍ଗ । ଏହି କ୍ଷେତ୍ର ୧୨ କୋଟି ଲୋକଙ୍କୁ ରୋଜଗାର ଦେଉଛି । ଆତ୍ମନିର୍ଭର ଭାରତ ପ୍ୟାକେଜରେ MSME ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ ଲକ୍ଷ କୋଟିଙ୍କ ଟଙ୍କା ଘୋଷଣା କରିଛନ୍ତି । ଏହି ଅର୍ଥ MSME ସେକ୍ଟରକୁ ଋଣ ଆକାରରେ ଦିଆଯିବ । ଏହାର ଅବଧି ୪ ବର୍ଷ ରହିବ । ଋଣ ନେବାର ୧୨ ମାସ ଯାଏଁ  ମୂଳଧନ ମଧ୍ୟ ଦେବାକୁ ପଡ଼ିବ ନାହିଁ ।

ଏଥିରେ ୨ ଲକ୍ଷରୁ ଅଧିକ ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ଲାଭାନ୍ୱିତ ହେବ । ଏହାଛଡ଼ା ୫୦ ହଜାର କୋଟିର ଇକ୍ୱିଟି ଇକ୍ୱିଜନର ବ୍ୟବସ୍ଥା କରାଯାଇଛି । ଏହି ପ୍ୟାକେଜ୍ ଦ୍ୱାରା ଦେଶର ବିକାଶର ଗତି ବୃଦ୍ଧି ପାଇବ ବୋଲି ନିର୍ମଳା କହିଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଆତ୍ମନିର୍ଭର ଭାରତ ପ୍ୟାକେଜ ନାଁରେ ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କରିଥିଲେ ପ୍ରଧାନ ମନ୍ତ୍ରୀ । ଏହି ପ୍ୟାକେଜ୍ କୃଷକଙ୍କ ଠାରୁ ଆରମ୍ଭ କରି ଶ୍ରମିକ ସମସ୍ତଙ୍କ ପାଇଁ ବୋଲି ମୋଦି କହିଥିଲେ ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

Leave a Reply