ଆଫ୍‌ଗାନ୍‌ କ୍ରିକେଟର ରସିଦ୍‌ ଖାନ୍‌ଙ୍କ ପତ୍ନୀ ଅନୁଷ୍କା ଶର୍ମା ! ଆଉ ବିରାଟ୍‌ କୋହଲି.. ?

1 min read

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ପ୍ରେଗ୍‌ନେନ୍ସିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସମୟରେ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । ସେତେବେଳେ ତାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଢ଼େର ଭାଇରାଲ ହୋଇଥିଲା । କିନ୍ତୁ ଏବେ ଅନୁଷ୍କା ଏକ ମଜାଦାର ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

ଆଫଗାନିସ୍ତାନ କ୍ରିକେଟର ରସିଦ ଖାନଙ୍କ ପତ୍ନୀ କିଏ ବୋଲି ପଚାରିଲେ ଗୁଗୁଲ୍‌ କହୁଛି ଅନୁଷ୍କା ଶର୍ମା । ତେବେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଢ଼େର ଟ୍ରୋଲ କରାଯାଉଛି । ଖାଲି ସେତିକି ନୁହେଁ ଅନୁଷ୍କାଙ୍କ ବିବାହ ତାରିଖ ସହ ତାଙ୍କ ଫଟୋ ମଧ୍ୟ ଗୁଗୁଲରେ ସ୍ପଷ୍ଟ ଭାବେ ଦେଖାଯାଉଛି । ଆପଣ ଜଣ ଗୁଗୁଲ ସର୍ଚ୍ଚରେ Rashid Khan’s Wife ଲେଖି ସର୍ଚ୍ଚ କରିବେ ତେବେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫଟୋ ସହ ତାଙ୍କ ବିବହାର ତାରିଖ ମଧ୍ୟ ନଜର ଆସିବ । ତାର ଏକ ସ୍କ୍ରିନ୍‌ ସଟ୍‌ ଆମେ ସେୟାର କରିଛୁ ଆପଣ ଦେଖିପାରିବେ । ତେବେ ଗୁଗୁଲର କିଛି ଟେକ୍ନିକାଲ ସମସ୍ୟା ଥିବାରୁ ଏଭଳି ଭୁଲ୍‌ ତଥ୍ୟ ସାମ୍ନାକୁ ଆସିଛି ବୋଲି କୁହାଯାଇଛି ।

ତେବେ ଏହି ଚର୍ଚ୍ଚା ୨୦୧୮ରେ ଆରମ୍ଭ ହୋଇଥିଲା । ସେତେବେଳେ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ରସିଦ୍‌ ଖାନ୍‌କୁ ପଚରାଯାଇଥିଲା, ଆପଣଙ୍କ ଫେଭରେଟ୍‌ ବଲିଉଡ୍‌ ହିରୋଇନ୍‌ କିଏ ?  ତେବେ ଏହାର ଉତ୍ତରରେ ରସିଦ୍‌ ଖାନ୍‌, ପ୍ରୀତି ଜିଣ୍ଟା ଓ ଅନୁଷ୍କା ଶର୍ମାଙ୍କ ନାଁ ନେଇଥିଲେ । ଏହା ପରେ ରସିଦ୍‌ ଖାନ୍‌ଙ୍କ ଏହି ବୟାନ୍‌ ଉପରେ ଢ଼େର୍‌ ଚର୍ଚ୍ଚା ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଆଲୋଚନା ହୋଇଥିଲା । ତେବେ ଏହିସବୁ ଘଟଣା ପରେ ହିଁ ଗୁଗୁଲ୍‌, ରସିଦ୍‌ ଖାନ୍‌ଙ୍କ ପତ୍ନୀ ଅନୁଷ୍କା ଶର୍ମା ବୋଲି ଦେଖାଇଥିଲା ।

ରସିଦ ଖାନ କିଏ?

ରସିଦ୍‌ ଖାନ୍‌ ହେଉଛନ୍ତି ଆଫ୍‌ଗାନିସ୍ତାନର କ୍ରିକେଟର ଏବଂ ତାଙ୍କ ଟିମ୍‌ ଉପ ଅଧିନାୟକ । ୧୯୯୮ରେ ତାଙ୍କର ଜନ୍ମ । ସେ ସେହି ୧୧ଜଣ ଖେଳାଳିଙ୍କ ମଧ୍ୟରୁ ଜଣେ ଯିଏ ୨୦୧୮ ଜୁନ୍ ୧୧ରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହାପରେ ସେ ବାଂଲାଦେଶ ବିରୋଧରେ ମଧ୍ୟ ଟେଷ୍ଟ ମ୍ୟାଚ୍‌ରେ ସାମିଲ ଥିଲେ । ରସିଦ୍‌ ଖାନ୍‌ ସବୁଠାରୁ କମ୍‌ (୨୦) ବୟସରେ କ୍ୟାପ୍‌ଟେନ୍‌ ହୋଇଥିବା ଖେଳାଳିଙ୍କ ମଧ୍ୟରୁ ଜଣେ ।

Leave a Reply