Googleର ବଡ଼ ନିଷ୍ପତ୍ତି, ଏହି ସ୍ମାର୍ଟଫୋନ ଗୁଡ଼ିକରେ କାମ ଦେବନି ଭିଡିଓ କଲିଂ ଆପ୍

1 min read

ନୂଆଦିଲ୍ଲୀ: ଗୁଗୁଲର ଭିଡିଓ କଲିଂ ଆପ୍ Google Duo ଖୁବଶୀଘ୍ର ଅନସାର୍ଟିଫାଏ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ କାମ କରିବା ବନ୍ଦ କରିଦେବ । 9to5Google ର ଏକ ରିପୋର୍ଟ ମୁତାବକ ଭିଡିଓ କଲିଂ ଆପ୍ ର ଅପଡେଟ କୋଡରେ ଏହି ସୂଚନା ଦିଆଯାଇଛି । ଏହାପୂର୍ବରୁ ଗୁଗୁଲ Uncertified Android Smartphone ପାଇଁ ନିଜ ଗୁଗୁଲ ମେସେଜ ସର୍ଭିସ ବନ୍ଦ କରିଦେଇଥିଲା ।

କ’ଣ ଏହି Uncertified Android Smartphone ?

Uncertified Android Device ସେହି ସ୍ମାର୍ଟଫୋନ ଅଟେ, ଯାହାକୁ ଗୁଗୁଲ ଟେଷ୍ଟ କରିନଥାଏ । ଏହି ସ୍ମାର୍ଟଫୋନ ଗୁଡ଼ିକରେ ପ୍ଲେ ଷ୍ଟୋର ବ୍ୟତୀତ ପ୍ରୀ- ଇନଷ୍ଟଲ୍ଡ ଗୁଗୁଲ ଆପ୍ ମଧ୍ୟ ଉପଲବ୍ଧ ନଥାଏ । ଯେଉଁ ଯେଉଁ କମ୍ପାନୀ ଗୁଡ଼ିକର ସ୍ମାର୍ଟଫୋନରେ Google Duo Service ବନ୍ଦ ହେବାକୁ ଯାଉଛି ସେଥିରେ Huawei ମଧ୍ୟ ସାମିଲ ଅଛି । ଯଦି ଆପଣଙ୍କ ପାଖରେ ନୋକିଆ, ସାମସଙ୍ଗ, ୱାନପ୍ଲସ, ଭିଭୋ ବା ଓପୋ ସ୍ମାର୍ଟଫୋନ ରହିଛି, ତେବେ ଆପଣଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ୟୁଜର୍ସ ମାନଙ୍କୁ ମେସେଜ ଦେଉଛି କମ୍ପାନୀ

ଯେଉଁ ଯେଉଁ ଡିଫାଇଜ ଗୁଡ଼ିକରେ Google Duo ବନ୍ଦ ହେବାକୁ ଯାଉଛି, ସେମାନଙ୍କୁ କମ୍ପାନୀ ତରଫରୁ ଏହାର ମେସେଜ ମିଳିବ । କମ୍ପାନୀ ଏହି ନୋଟିଫିକେସନ ମେସେଜରେ ୟୁଜର୍ସ ମାନଙ୍କୁ କ୍ଲିପ୍ସ ଏବଂ କଲ୍ ହିଷ୍ଟ୍ରି ଡାଉନଲୋଡ କରିବା ପାଇଁ କହିଛି, ଯାହାଫଳରେ ଏହା ସୁରକ୍ଷିତ ରହିପାରିବ ।

ମିଳିବ ୧୪ ଦିନର ଗ୍ରେସ ପିରିୟଡ

ଅପଡେଟ କୋଡ୍ ମୁତାବକ Uncertified Devices ର ୟୁଜର୍ସ ମାର୍ଚ୍ଚ ୩୧ ୨୦୨୧ ପରେ Google Duoର ଡାଟାକୁ ଡାଉନଲୋଡ କରିପାରିବେ ନାହିଁ । କମ୍ପାନୀ ୟୁଜର୍ସଙ୍କୁ ଏହା ପରେ ଡାଉନଲୋଡ କରିବା ପାଇଁ ୧୪ ଦିନର ଗ୍ରେସ ପିରିୟଡ ମଧ୍ୟ ମିଳିବ ।

୧୦୦ କୋଟିରୁ ଅଧିକ ଡାଉନଲୋଡ

ଆଣ୍ଡରଏଡ ସ୍ମାର୍ଟଫୋନରେ ବେଷ୍ଟ ଭିଡିଓ କଲିଂ ଆପ୍ସ ମଧ୍ୟରୁ Google Duo ସର୍ବଶ୍ରେଷ୍ଠ । ଏଥିରେ ୟୁଜର୍ସ ଏହା ସହିତ ୩୨ ଜଣଙ୍କ ସହ ଯୋଡ଼ି ହୋଇପାରିବେ । ପ୍ଲେ ଷ୍ଟୋରରେ ଏହା ୪.୫ ରେଟିଂ ସହ ଉପଲବ୍ଧ ଅଛି । ଏଯାବତ ଏହାକୁ ବିଶ୍ୱବ୍ୟାପୀ ୧୦୦ କୋଟି ରୁ ଅଧିକ ଥର ଡାଉନଲୋଡ କରାଯାଇଛି ।

Leave a Reply