ଟ୍ରାକରେ ଶୋଇଥିବା ବେଳେ ପ୍ରବାସୀଙ୍କ ଉପରେ ଚାଲିଗଲା ଟ୍ରେନ୍, ୧୪ ମୃତ

ମୁମ୍ବାଇ: ମହାରାଷ୍ଟ୍ର ଔରଙ୍ଗାବାଦ କର୍ମଦା ନିକଟରେ ବଡ଼ ଦୁର୍ଘଟଣା ଘଟିଛି । ଚାଲି ଚାଲି ଛତିଶଗଡ଼ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ୍ ଚଢ଼ି ଯାଇଛି । ଏଥିରେ ୧୪ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଆରପିଏଫ ଓ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସକାଳ ପ୍ରାୟ ୬ଟା ୩୦ରେ ଦୁର୍ଘଟଣା ହୋଇଛି ।

ଚାଲି ଚାଲି ଛତିଶଗଡ଼ ଘରକୁ ଫେରୁଥିବା ଶ୍ରମିକମାନେ ବିଶ୍ରାମ ପାଇଁ ରେଳ ଧାରଣା ଉପରେ ରହିଯାଇଥିଲେ । ଆଖି ଲାଗି ଯାଇଥିବାରୁ ଟ୍ରେନ୍ ଆସୁଥିବା ଜାଣିପାରି ନଥିଲେ । ଲକଡାଉନ୍ ଯୋଗୁଁ ବସ୍, ଟ୍ରେନ୍ ବନ୍ଦ ରହିଥିବା ବେଳେ ଏମାନେ ଚାଲି ଚାଲି ଘରକୁ ଫେରୁଥିଲେ । ଟ୍ରାକରେ ବିଶ୍ରାମ ନେବାବେଳେ ୧୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ନେବାକୁ ରାଜ୍ୟ ସରକାର ଓ ଭାରତୀୟ ରେଳ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଲାଉଛନ୍ତି । ଏପରିକି ରାଜ୍ୟ ସରକାର ମଧ୍ୟ ସ୍ୱତନ୍ତ୍ର ବସ୍ ଯୋଗେ ଶ୍ରମିକମାନଙ୍କୁ ଫେରାଇ ନେଉଛନ୍ତି । ଏହା ପୂର୍ବରୁ ମଧ୍ୟ ଚାଲି ଚାଲି ଘରକୁ ଫେରିବା ବେଳେ କେତକ ପ୍ରବାସୀଙ୍କ ରାସ୍ତାରେ ମୃତ୍ୟୁ ହୋଇଛି ।

ଆଜିଠାରୁ କେଉଁଠାକୁ ଚାଲିଲା ଟ୍ରେନ୍ ? କିଏ ଟ୍ରେନରେ ଯାତ୍ରା କରିପାରିବେ ?

Leave a Reply