ରାଉରକେଲା ଆସୁଥିବା ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

1 min read

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବରସୁଆଁରୁ ରାଉରକେଲା ଆସୁଥିବା ମାଲବାହୀ ଟ୍ରେନ ବିମଳାଗଡ଼ ନିକଟରେ ମଙ୍ଗଳବାର ରାତିରେ ଲାଇନଚ୍ୟୁତ ହୋଇଛି ।

ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ପାଇ ଘଟଣାସ୍ଥଳରେ ବନ୍ଧମୁଣ୍ଡା ଏ ଆର ଏମଙ୍କ ସହ ରେଳ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।  ଏଥିସହ ମରାମତି କାର୍ଯ୍ୟ ତଦାରଖ କରୁଥିବା ଜଣାପଡିଛି । ଘଟଣାସ୍ଥଳରେ ରେଳ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ, ରିଲିଫ ଟ୍ରେନ ଇଞ୍ଜିନିୟରିଂ ବିଭାଗ କର୍ମଚାରୀମାନେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି।

ଗତ ରାତିରେ ମାଲବାହୀ ଟ୍ରେନର ୩୧ଟି ବଗି ଓ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ମାଲବାହୀ ଟ୍ରେନର ବ୍ରେକ ଫେଲ୍ ହେବାରୁ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଆଶଙ୍କା କରାଯାଉଛି।

ସେହିପରି ଗତ ସୋମବାର ବିଳମ୍ବିତ ରାତି ୨ଟା ୪ମିନିଟରେ ଏକ ହାତୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା ପୁରୀ-ସୁରଟ ଏକ୍ସପ୍ରେସ ।  ସମ୍ବଲପୁର ଡିଭିଜନ ହାତିବାରୀ-ମାନେଶ୍ୱର ଷ୍ଟେସନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ହାତୀକୁ ଧକ୍କା ଦେବାବେଳେ ଟ୍ରେନର ଘଣ୍ଟାପ୍ରତି ବେଗ ରହିଥିଲା ୫୦ କିଲୋମିଟର ।

ହେଲେ ଉକ୍ତ ଦୁର୍ଘଟଣାରେ ହାତୀଟିର ମୃତ୍ୟୁ ହୋଇଥିଲା ।

Leave a Reply