ଅକ୍ଷୟ କରୀନା ଷ୍ଟାରର ‘ଗୁଡ ନ୍ୟୁଜ୍’ ଫିଲ୍ମର ଟ୍ରେଲର୍ ରିଲିଜ୍

1 min read

ମୁମ୍ବାଇ: ନିକଟରେ ଧର୍ମା ପ୍ରଡକସନ୍ ବ୍ୟାନରରେ ତିଆରି ହୋଇଥିବା ଫିଲ୍ମ ‘ଗୁଡ ନ୍ୟୁଜ୍’ର ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଫିଲ୍ମଟିରେ ଡ୍ରାମା ଓ କମେଡି ଭରପୁର ଦେଖିବାକୁ ମିଳିବ । ଫିଲ୍ମରେ ଅକ୍ଷୟ କୁମାର, କରୀନା କପୁର ଖାନ୍, କିଆରା ଆଡଭାନି, ଦଲଜିତ୍ ଦୋସାଞ୍ଜ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ । ଏଥିରେ ରାଜ୍ ମେହେଟ୍ଟା ନୁଆକରି ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମ ପ୍ରଯୋଜନା କରିଛନ୍ତି କରନ୍ ଜୋହର, ଅପୁର୍ବ ମେହେଟ୍ଟା, ହିରୋ ୟଶ୍ ଜୋହର୍, ସଶାଙ୍କ ଖଇତାନ୍ ଓ ଅରୁଣ ଭାଟିଆ ।

Image result for good news trailer release date

ତେବେ ଏହି ଫିଲ୍ମର ପୋଷ୍ଚରରେ ଦୁଇଟି ବେବି ବମ୍ୱ ଭିତରେ ହିରୋ ୨ଜଣଙ୍କ ମୁଣ୍ଡ ଚାପି ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମଟିରେ ଏହି ଦୁଇ ବେବି ବମ୍ୱ କୁ ନେଇ କମେଡି ଓ ଡ୍ରାମା ହୋଇଥିବା ପୂର୍ବାନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଗୁଡ୍ ନ୍ୟୁଜ୍ ଫିଲ୍ମଟି ଆଗରୁ ସେପ୍ଟେମ୍ବର ୬ରେ ରିଲିଜ୍ ହେବାର ଶୁଣିବାକୁ ମିଳୁଥିଲା ହେଲେ କୌଣସି ଅସୁବିଧା କାରଣରୁ ତାହା ବର୍ତ୍ତମାନ ବଦଳିଯାଇ ଆଗାମୀ ଡିସେମ୍ବର ୨୭ ରେ ରିଲିଜ ହୋବ ବୋଲି ଜଣାପଡ଼ିଛି । ')}

Leave a Reply