ପୁରୀର ସ୍ୱର୍ଣ୍ଣିମ ବେଳାଭୂମିକୁ ମିଳିଲା ଅନ୍ତଃରାଷ୍ଟ୍ରୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

1 min read
Golden Beach of Puri has received coveted Blue Flag certification by FEE Denmark

ଭୁବନେଶ୍ୱର: ପୁରୀର ପବିତ୍ର ବେଳାଭୂମିକୁ ଅନ୍ତର୍ଜାତୀୟ ବେଳାଭୂମି ମାନ୍ୟତା ମିଳିଛି । FEE ଡେନମାର୍କ ପୁରୀ ବେଳାଭୂମିକୁ ଦେଇଛି ଏହି ସାର୍ଟିଫିକେଟ । ସୁନ୍ଦର ପରିବେଶ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପାଇଁ ଏହି ପୁରସ୍କାର ଦିଆଯାଏ । ପୁରୀ ସହରର ଦିଗବାରେଣୀ ଛକରୁ ମେ ଫେୟାର ହୋଟେଲ ପର୍ଯ୍ୟନ୍ତ ୮୭୦ ମିଟର ବେଳାଭୂମିକୁ ବିଶ୍ୱ ବ୍ୟାଙ୍କ ସହାୟତାରେ ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ(ICZMP)ରେ ବିକଶିତ କରିଥିଲା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ।

ପୁରୀ ବିଚକୁ ବ୍ଲୁ ଫ୍ଲାଗ ସାର୍ଟିଫିକେଟ୍ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଗୋଲ୍ଡେନ୍ ବ୍ଲୁ ଫ୍ଲାଗ ବିଚର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଥିବାରୁ ପୁରୀ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ମୋ ବିଚ୍ କ୍ୟାମ୍ପେନର ମଧ୍ୟ ଏଥିରେ ଭୂମିକା ଥିବା କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ । ଏହି ମାନ୍ୟତାକୁ ବଜାୟ ରଖିବା ଦିଗରେ ସମସ୍ତେ ସହଯୋଗ କରିବେ ଜିଲ୍ଲାପାଳ ଆଶା ରଖିଛନ୍ତି ।

୩୩ଟି ମାନଦଣ୍ଡ ପୂରଣ କରୁଥିବା ବିଚକୁ ହିଁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଥାଏ । ଏହି ୩୩ଟି ମାନଦଣ୍ଡକୁ ସ୍ଥିର କରିଥାଏ ଫାଉଣ୍ଡେସନ୍ ଫର ଏନଭରମେଣ୍ଟ ଏଜୁକେସନ୍ (FEE) ଡେନମାର୍କ । ମାନଦଣ୍ଡ ପ୍ରକାରେ ବେଳାଭୂମିରେ ଟଏଲେଟ, ଚେଞ୍ଜିଂ ଆଣ୍ଡ ସାୱାର ରୁମ୍, ୱାଚ୍ ଟାୱାର, ସୋଲାର ଲାଇଟିଂ ସିଷ୍ଟମ, ବସିବା ବ୍ୟବସ୍ଥା, ଯାନ୍ତ୍ରିକ ପ୍ରଦୂଷଣ ନିୟନ୍ତ୍ରଣ ସହ ନିରାପଦ ସୁଇମିଂ ଜୋନ୍, ବେଳାଭୂମି ସୁରକ୍ଷା ରହିବା ଦରକାର ।

Leave a Reply