ହାଫ୍ ସେଞ୍ଚୁରୀ ମାରିବ ସୁନା ! ଜାଣନ୍ତୁ କାହିଁକି ରେକର୍ଡ ଭାଙ୍ଗିବ ସୁନା ଦର

ନୂଆଦିଲ୍ଲୀ: କରୋନା ଭାଇରସ୍ ପୂରା ଦୂନିଆରେ ଆର୍ଥିକ ଗତିବିଧିରେ ଏବେ ତାଲା ପଡ଼ିଯାଇଛି । ଯେ ପର୍ଯ୍ୟନ୍ତ କରୋନାର କୌଣସି ସଠିକ ଚିକିତ୍ସା ନ ବାହାରିଛି ସେପର୍ଯ୍ୟନ୍ତ ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ । ତେବେ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ବହୁତ ପ୍ରୟାସ କରାଯାଉଛି କିନ୍ତୁ ସବୁ ପ୍ରକାର ପ୍ରୟାସ ଫେଲ୍ ମାରୁଛି ।

ଅନ୍ୟପଟେ ଯେବେ ଯେବେ ଦୁନିଆରେ ଆର୍ଥିକ ବ୍ୟବସ୍ଥା ଅନ୍ଧାରକୁ ଟାଣି ହୋଇଯାଏ । ସେବେ ସେବେ ସୁନା ତାର ଚମକ ଦେଖାଇଛି । ଏବେ ପୁଣି ଥରେ ସୁନା ତାର ସବୁ ରେକର୍ଡ ଭାଙ୍ଗିଛି । ଲଗାତାର ଦ୍ୱିତୀୟ ଦିନରେ ସୁନା ଦର ବୃଦ୍ଧି ପାଇଛି ।

ସୋମବାରରେ ଭାରତୀୟ ଶେୟାର ବଜାରରେ ଦର ନିମ୍ନକୁ ଖସିଆସିଛି,  ସରକାରଙ୍କ ୨୦ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ପରେ ବି ସୋମବାର ଦିନ ସେନସେକ୍ସ ୧୦୬୮ଅଙ୍କରୁ ଖସି ୩୦,୦୨୯ରେ ବନ୍ଦ ହୋଇଛି, ଯଦିଓ ନିଫ୍ଟି ୩୧୩ ଅଙ୍କରୁ ଖସି କରି ୮୮୨୩ରେ ବନ୍ଦ ହୋଇଛି ।

ଏହା ମଧ୍ୟରେ ସୋମବାର ଦିନ ଯେମିତ ଶେୟାର ବଜାର ତଳକୁ ତଳକୁ ଖସୁଥାଏ ଠିକ ସେହି ସମୟରେ ସୁନା ତା ରେକର୍ଡ ସ୍ଥରରେ ପହଞ୍ଚୁଥାଏ । କାରଣ ଲୋକେ ଏଭଳି ପରିସ୍ଥିତିରେ ସୁରକ୍ଷିତ ନିବେଶ ପାଇଁ ସୁନାରେ ଟଙ୍କା ଲଗାଉଛନ୍ତି ।

ତେଣୁ ସୁନା ବ୍ୟବସାୟରେ ସୁନାର ଦର ୪୭,୯୨୯ଟଙ୍କାରେ ପହଞ୍ଚିଛି । ତେବେ ଆପଣଙ୍କୁ କହି ରଖୁଛୁ ଯେ, ଆଗକୁ ଥିବା କିଛି ପର୍ଯ୍ୟାୟ ପରେ ସୁନାର ଦର ୫୦ହଜାର ଟଙ୍କା ଡେଇଁ ପାରେ ।

ଅନ୍ୟପଟେ ଏହି ଧାରାରେ ରୂପାଦର ମଧ୍ୟ ବୃଦ୍ଧି ପାଇଛି ଏବଂ ରୂପା ଦର କିଲୋ ପ୍ରତି ୪୮,୦୫୩ଟଙ୍କାରେ ପହଞ୍ଚିଛି । ଉଲ୍ଲେଖନୀୟ କଥା ହେଉଛି କରୋନା  ଭାଇରସ୍ ପାଇଁ  ଶେୟାର ବଜାର ୨୫ ପ୍ରତିଶତକୁ ଖସି ଯାଇଛି । ଯେଉଁଥିରେ ସୁନାରେ ନିବେଶ ବୃଦ୍ଧି ପାଇବାରେ ଲାଗିଛି । ଜାନୁଆରୀ ୨୦୧୯ରୁ ଏବେ ପର୍ଯ୍ୟନ୍ତ ସୁନା ପାଖାପାଖି ୩୫ ପ୍ରତିଶତର ରିଟର୍ନ ଦେଇଛି । କାରଣ ସୁନା, ନିବେଶ ପାଇଁ ସବୁଠୁ ଭଲ ବିକଳ୍ପ ହୋଇଥାଏ ।

Leave a Reply