ପକୁଡ଼ି ବିକୁଛନ୍ତି ସ୍ୱର୍ଣ୍ଣ ପଦକ ବିଜେତା ଭାରଉତ୍ତୋଳନକାରୀ

ରାୟଗଡ଼ା: ସେ ଜଣେ ସ୍ୱର୍ଣ୍ଣ ପଦକ ବିଜେତା । ଭାରଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ହେଲେ ଅର୍ଥ ଅଭାବରୁ ଏବେ ସାଜିଛନ୍ତି ରାସ୍ତାକଡ଼ର ପକୁଡ଼ି ବିକାଳି । ରାୟଗଡ଼ାର ସନ୍ତୋଷୀ ଭିମାରପୁ, ଆଗକୁ ବଢିବାର ଆଶା ଥିଲେ ମଧ୍ୟ ଦାରିଦ୍ର୍ୟତା ପାଇଁ ସବୁ ସ୍ୱପ୍ନ ତାଙ୍କର ମଉଳିବାକୁ ବସିଛି ।

ସ୍ୱର୍ଣ୍ଣ ପଦକ ବିଜେତା ପକୁଡ଼ି ବିକାଳି । କ୍ରୀଡ଼ାବିତଙ୍କ ଅଗ୍ରଗତିରେ ଅର୍ଥ ସାଜିଛି ବାଧକ । ମିଳୁନି ସରକାରୀ ପ୍ରୋତ୍ସାହନ । ପକୁଡି ବିକୁଛନ୍ତି ଭାର ଉତ୍ତୋଳନକରୀ । ରାୟଗଡା ଜିଲ୍ଲା ସଦର ବ୍ଲକ ବିଦ୍ୟୁତ୍ କଲୋନୀର ସନ୍ତୋଷୀ ଭିମାରପୁ । ଭାର ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଆଣିଛନ୍ତି ଗୌରବ । ହେଲେ ଏହି କ୍ରୀଡ଼ାବିତଙ୍କ ଆଗକୁ ବଢିବାର ସ୍ୱପ୍ନ ଏବେ ମଉଳିବାକୁ ବସିଛି । ଆଗକୁ ବଢିବାର ଆଶାଥିଲେ ମଧ୍ୟ ଆଗ୍ରଗତିରେ ଅର୍ଥ ସାଜିଛି ବାଧକ । ଆଉ ଅର୍ଥ ଅଭାବରୁ ପାଠପଢାରେ ଡୋରି ବନ୍ଧା ହୋଇଥିବା ବେଳେ ପରିବାର ଚଳାଇବା ପାଇଁ ସାଜିଛନ୍ତି ରାସ୍ତାକଡ଼ର ପକୁଡି ବିକାଳି ।

ଆଗକୁ ବଢିବାର ଇଚ୍ଛା ଥିଲେ ମଧ୍ୟ ସନ୍ତୋଷୀଙ୍କ ପାଇଁ ଅର୍ଥ ସାଜିଛି ବାଧକ । ସୁଯୋଗ ଏବଂ ସରକାରୀ ପ୍ରୋତ୍ସାହନ ମିଳିଲେ ଆଗକୁ ବଢିବା ସହ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ସନ୍ତୋଷୀଙ୍କ କୋଚ୍ କହିଛନ୍ତି । ସେପଟେ ପାଠପଢା ସହ କ୍ରୀଡ଼ା କ୍ଷେତ୍ର ଆଗକୁ ବଢିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ । ତେବେ ଏହି ସ୍ୱର୍ଣ୍ଣ ବିଜେତା କ୍ରୀଡ଼ାବିତଙ୍କ ଆଗକୁ ବଢ଼ିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ।

ମିଛ ଭିଡିଓକୁ ନେଇ ମର୍ମାହତ ଚନ୍ଦ୍ରାଣୀ ମୁର୍ମୁ, କହିଲେ, ଓଟିଭି ସବୁ ଜାଣି ଲୁଚାଉଛି ସତ

Leave a Reply