ଗାଈ କ୍ଷୀରରେ ସୁନା ! ଖବର ପାଇବା ପରେ କଣ କଲେ ଗାଈ ପାଳକ.. ଦେଖନ୍ତୁ

1 min read

ପଶ୍ଚିମବଙ୍ଗ: ବିଭିନ୍ନ ବକ୍ତବ୍ୟକୁ ସିଧାସଳଖ ପ୍ରକାଶ ନ କଲେ ତାହା କିପରି ଥଟ୍ଟା ମଜାରେ ପରିଣତ ହୋଇଯାଏ ତାହା ଦେଖିବାକୁ ମିଳିଛି ପଶ୍ଚିମବଂଗରେ । ଗାଈ କ୍ଷୀରରେ ସୁନା ଥିବା ଏକ ସଭାରେ କହିଥିଲେ ପଶ୍ଚିମବଂଗ ବିଜେପି ସଭାପତି ଦିଲ୍ଲୀପ ଘୋଷ । ଏହି କଥାଟା ଜଣେ ଗୋପାଳକର କାନରେ ବାଜିଲା । ଆଉ କଥାଟା ଶୁଣୁ ଶୁଣୁ ସାଙ୍ଗରେ ୨ ଗାଈ ନେଇ ସେ ଚାଲିଲା ଅର୍ଥ ରୋଜଗାର ଉଦେ୍ଦଶ୍ୟରେ । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 


ଦିଲ୍ଲୀପ ଘୋଷଙ୍କ କଥା ଶୁଣି ଡଙ୍କୁଣି ଅଞ୍ଚଳର ଜଣେ ଗୋପାଳକ ମଣପୁରମ୍‌ ଫାଇନାନସିଆଲ ଲିମିଟେଡ୍‌ ଅଫିସରେ ପହଞ୍ଚି ଯାଇଥିଲେ । ସାଙ୍ଗରେ ନେଇଥିଲେ ୨ଟି ଗାଈ । ୨ ଗାଈ ବଦଳରେ ସୁନା ଋଣ ନେବାକୁ ସେ ଅଫିସ କର୍ମଚାରୀଙ୍କୁ ଅନୁରୋଧ କରିଥିଲା । ତା ପରିବାର ଗାଈ ଉପରେ ନିର୍ଭରଶୀଳ । ସେ ୨୦ଟି ଗାଈ ପାଳୁଛି । ସେଥିରୁ ୨ଟି ଗାଈ ବଦଳରେ ସୁନା ଋଣ ନେଇ ସେ ତାର ଆଥିର୍କ ଅବସ୍ଥାରେ ସୁଧାର ଆଣିବ ବୋଲି ପ୍ରକାଶ କରିଥିଲା । କେବଳ ଡଙ୍କୁଣି ନୁହେଁ, ଅନ୍ୟ ଅଞ୍ଚଳରେ ମଧ୍ୟ କିଛି ଲୋକ ଏଭଳି ବ୍ୟବହାର ଦେଖାଉଥିବା ଶୁଣିବାକୁ ମିଳୁଛି । ')}

Leave a Reply