ଲୁଟର ନୂଆ ତରିକା, ଗ୍ରାହକ ବେଶରେ ଆସି ଦୋକାନୀଙ୍କ ଠାରୁ ଲୁଟିଲେ ସୁନା ଚେନ

ଖୋର୍ଦ୍ଧା: ବଢୁଛି ଲୁଟ୍ , ବଦଳୁଛି ଲୁଟ୍‌ର ତରିକା । କରୋନା ଲକ୍‌ଡାଉନରେ ସକ୍ରିୟ ହୋଇଛନ୍ତି ଲୁଟେରା । ଏବେ ରାଜ୍ୟରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । କେତେବେଳେ କଳା ବଲସରରେ ଲୁଟ କଲାଣିତ ପୁଣି କିଏ ଘର ସାମ୍ନାରେ ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ । ତେବେ ଯଦି ଦଖିବା ଏହି ୫ ମାସ ମଧ୍ୟରେ ପୋଲିସକୁ ଲୁଟେରା ମାନେ କଡ଼ା ଟକ୍କର ଦେଉଛନ୍ତି । ତେବେ ଲୁଟେରାଙ୍କର ଏକ ନୂଆ ଆକ୍ସନ ଖୋର୍ଦ୍ଧାରେ ଦେଖିବାକୁ ମିଳିିଛି । ଗ୍ରାହକ ବେଶରେ ଆସି ମହିଳା କର୍ମଚାରୀଙ୍କ ବେକରୁ ସୁନା ଚେନ୍ ଲୁଟିଛି ଲୁଟେରା । ଲୁଟର ଲାଇଭ୍ ଭିଜୁଆଲ୍ସ ଦେଖିବାକୁ ମିଳିଛି ।

ନନ୍ଦିଘୋଷ ଟିଭି ହାତରେ ଲାଗିଛି ଲୁଟର ସିସଟିଭି ଭିଜୁଆଲ୍ସ । ଘଟଣା ଘଟିଛି ଜଟଣୀ ବଜାରରେ ଥିବା ମା କମ୍ୟୁନିକେସନ ସେଣ୍ଟରରେ । ମୁହଁରେ ମାସ୍କ, ଏବଂ ହେଲମେଟ୍ ପିନ୍ଧି ନିଜକୁ କ୍ୟାମେରାରୁ ଲୁଚାଇବାକୁ ଲୁଟେରାର ଉଦ୍ୟମ । ଦେଖନ୍ତୁ କିପରି ଗ୍ରାହକ ବେଶରେ ଆସି ମହିଳାଙ୍କ ସହ କଥାବାର୍ତ୍ତା ଏବଂ ପରେ ମହିଳାଙ୍କୁ ଜୋରଜବରଦସ୍ତ ମାଡିବସି ତାଙ୍କ ସହ ଧସ୍ତାଧସ୍ତି କରି ବେକରୁ ସୁନା ଚେନ୍ ଭିଡି ନେଇଯାଇଛି । ଏହି ସମୟରେ ମହିଳା ଜଣଙ୍କ ଭୀଷଣ ପାଟିରେ ଚିଲାଇଥିଲେ ।

ସ୍ଥାନୀୟ ଲୋକେ ଆସିବା ବେଳକୁ ଦୁର୍ବୃତ୍ତ ସୁନା ଚେନ୍ ନେଇ ସେଠାରୁ ଖସି ପଳାଇଛି । ଏସବୁ ଦୃଶ୍ୟ ଦୋକାନ ଭିତରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଦେଖନ୍ତୁ କିପରି ଦିନ ଦି ପହରେ ବଜାର ଭିତରୁ ଦୋକାନରେ ପଶି ଏପରି ଲୁଟ୍ କରୁଛନ୍ତି ଲୁଟେରା । ଯାହା ଖୋଲାଖୋଲି ପୋଲିସକୁ ଚ୍ୟାଲେଞ୍ଜ ।

Leave a Reply