ମହାବିନାଶ ନେଇ ବୈଜ୍ଞାନିକଙ୍କ ଚେତାବନୀ, ଅନ୍ତରୀକ୍ଷରୁ ମାଡ଼ିଆସୁଛି ଅପୋଫିସ୍

1 min read
God Of Chaos Asteroid Apophis Will Hit The Earth Nasa Scientists Warn

ନୂଆଦିଲ୍ଲୀ: ଅନନ୍ତ ଅନ୍ତରୀକ୍ଷର ଏକ କୋଣରୁ ଏକ ମହାବିନାଶକ ଏଷ୍ଟରୟଡ୍ ବହୁତ ଜୋରରେ ମାଡ଼ି ଆସୁଛି । ଆଉ ଆମେରିକୀୟ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି- ଏହା ପୃଥିବୀ ସହ ମାଡ଼ ହୋଇପାରେ । ଏହି ଏଷ୍ଟରୟଡ୍ ନାଁ ହେଉଛି ଅପୋଫିସ୍ ଅଥାର୍ତ ବିନାଶ ଦେବତା । ଅଫୋଫିସ୍ କେତେ ଶକ୍ତିଶାଳୀ ? ଯଦି ଏହା ପୃଥିବୀ ସହ ମାଡ଼ ହୁଏତ ୮୮ କୋଟି ଟନ୍ TNT ବିସ୍ଫୋଟକ ଭଳି ପ୍ରଭାବ ପଡ଼ିବ । ଏହି ଏଷ୍ଟରୟଡ୍ ପ୍ରାୟ ୧୦୦୦ ପୁଟ୍ ଚଉଡ଼ା ଅଟେ ଏବଂ ଖୁବ୍ ଜୋରରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ।

God Of Chaos Asteroid Apophis Will Hit The Earth Nasa Scientists Warn

ମହାବିନାଶକ ଏଷ୍ଟରୟଡ୍

ଆମେରିକା ବୈଜ୍ଞାନିକ ଚେତାବନୀ ଦେଇଛନ୍ତି- ଏହି ମହାବିନାଶକ ଏଷ୍ଟରୟଡ୍ ପୃଥିବୀ ସହ ମାଡ଼ ହୋଇପାରେ । ଆମେରିକୀୟ ଏଷ୍ଟ୍ରୋନମିକଲ ସୋସାଇଟି ପକ୍ଷରୁ ଜାରି ବିବୃତିରେ ଏହି ଚେତାବନୀ ଦିଆଯାଇଛି । ହୱାଇ ବିଶ୍ୱବିଦ୍ୟାଳୟର ଖଗୋଲବିଦ ଡେଭିଡ୍ ଥୋଲେନ୍ କହିଛନ୍ତି- ସୁବାଋ ଟେଲିସ୍କୋପରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଅପୋଫିସ୍ ଦ୍ରୁତ ଗତିରେ ମାଡ଼ି ଆସୁଛି । ଏହି ଏଷ୍ଟରୟଡ୍ ୨୦୬୮ ମସିହା ବେଳକୁ ପୃଥିବୀ ସହ ମାଡ଼ ହୋଇପାରେ । ଅପୋଫିସ୍ର ନାମ ୟୁନାନର ବିନାଶ ଦେବତାଙ୍କ ନାଁ ଅନୁଯାୟୀ ରଖାଯାଇଛି । ବୈଜ୍ଞାନିକ ଆହୁରି କହିଛନ୍ତି- ଏହା ପୃଥିବୀ ସହ ମାଡ଼ ହେବକି ନାହିଁ ସଠିକ୍ ଭାବେ ୨୦୨୯ ମସିହାରେ ଜଣାପଡ଼ିବ ।

God Of Chaos Asteroid Apophis Will Hit The Earth Nasa Scientists Warn

ଏଫିଲ୍ ଟାୱାରଠୁ ବଡ଼

ବିନାଶ ଦେବତା ଅପୋଫିସ୍ ଫ୍ରାନ୍ସର ଏଫିଲ୍ ଟାୱାର ଆକାରଠାରୁ ବଡ଼ । ଡେଭିଡ୍ କହିଛନ୍ତି- ୨୦୨୯ରେ ଜଣାପଡ଼ିବ ଏହି ଏଷ୍ଟରୟଡ୍ ୨୦୬୮ରେ ପୃଥିବୀର କେତେ ନିକଟରେ ଅତିକ୍ରମ କରିବ । ସେ କହିଛନ୍ତି- ୨୦୨୯ରେ କୁହାଯାଇ ପାରିବ ଯଦି ଅପୋଫିସ୍ ପୃଥିବୀ ସହ ମାଡ଼ ହେବ ତ କଣ ଘଟିବ । ଏହି ଏଷ୍ଟରୟଡ୍ ସଠିକ୍ ଦୂରରେ ଅତିକ୍ରମ କଲେ ପୃଥିବୀର ମହାକର୍ଷଣ ଶକ୍ତି ଏହାର ରାସ୍ତା ବଦଳାଇ ଦେବ । ଏବଂ ଏହା ୨୦୬୮ରେ ପୁଣି ଆସିବ ଏବଂ ପୃଥିବୀ ସହ ମାଡ଼ ହୋଇପାରେ । ବୈଜ୍ଞାନିକ କହିଛନ୍ତି- ଏଷ୍ଟରୟଡ୍ ୨୦୬୮ ଏପ୍ରିଲ ୧୨ରେ ପୃଥିବୀ ସହ ମାଡ଼ ହୋଇପାରେ । ଏହା ମାଡ଼ ହେଲେ ୫୫ କୋଟି ଟନ୍ TNT ବିସ୍ଫୋରକ ଭଳି ପ୍ରଭାବ ପଡ଼ିବ ।

God Of Chaos Asteroid Apophis Will Hit The Earth Nasa Scientists Warn

ସୂର୍ଯ୍ୟ କିରଣରେ ଜଳୁଛି ଅପୋଫିସ୍

ଏଷ୍ଟରୟଡ୍ ଅପୋଫିସର   ସନ୍ଧାନ ଏରିଜୋନା ବେଦଶାଳା ୨୦୦୪ ଜୁନ୍ ୧୯ରେ କରିଥିଲେ । ଏହା ପରଠୁ ଏହି ଏଷ୍ଟରୟଡ୍ ଉପରେ ବୈଜ୍ଞାନିକଙ୍କ ନଜର ରହିଛି । ସୁବାଋ ଟେଲିସ୍କୋପରୁ ଜଣାପଡ଼ିଛି ଏହାର ଗତି ବଢ଼ିଛି । ଏଷ୍ଟରୟଡ୍ ସୂର୍ଯ୍ୟ କିରଣରେ ଗରମ ହେବାରେ ଲାଗିଛି ।

Leave a Reply