ବକରିଦ୍ ପାଇଁ ହ୍ୱାଟ୍ସଆପରେ ବିକ୍ରି ହେଉଛି ଛେଳି,ଅନଲାଇନରେ ହେଉଛି ଡିଲ୍

Goat sell in what's app group for bakrid

 

ଇନ୍ଦୋର: କରୋନା ସଂକ୍ରମଣ ଆସିବା ଦିନଠୁ ମନୁଷ୍ୟର ଜୀବନ ଶୈଳୀ ପରିବର୍ତ୍ତନ ହୋଇଯାଇଛି । ବଜାର ଖୋଲିବା ସତ୍ତ୍ୱେ ଲୋକମାନେ ବାହାରକୁ ଯିବାକୁ ଡରୁଛନ୍ତି । ଭାଇରସ ଧୀରେ ଧୀରେ ବ୍ୟାପୁଥିବାର ଦେଖି ଏଥର ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଛେଳି ବ୍ୟବସାୟୀମାନେ ବକରିଦ୍ ପାଇଁ  ଛେଳି ବିକ୍ରି ହ୍ୱାଟ୍ସଆପ ମାଧ୍ୟମରେ କରୁଛନ୍ତି ।

କରୋନା ଭାଇରସ୍ ଯୋଗୁଁ ଇନ୍ଦୋରରେ ଛେଳି ବଜାର ଲାଗି ପାରି ନାହିଁ । ସେଥିପାଇଁ ଉଭୟ ବ୍ୟବସାୟୀ ଏବଂ ଗ୍ରାହକ ଅନଲାଇନରେ କାରବାର କରୁଛନ୍ତି । ଛେଳି ବିକ୍ରୟ ଏବଂ କ୍ରୟ ପାଇଁ ଲୋକମାନେ ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି ।

ଛେଳି ବିକ୍ରି ପାଇଁ ହ୍ୱାଟ୍ସଆପରେ ତିଆରି ହୋଇଛି ଗ୍ରୁପ୍

ଇନ୍ଦୋରର ଏକ ଛେଳି ବ୍ୟବସାୟୀ ଆରିଫ ଖାନ କହିଛନ୍ତି, ହ୍ୱାଟ୍ସଆପରେ ବ୍ୟବସାୟୀମାନେ ଏକ ଗ୍ରୁପ ଗଠନ କରିଛନ୍ତି । ସେଥିରେ ଉଭୟ କ୍ରେତା ଏବଂ ବିକ୍ରେତା ଅନ୍ତର୍ଭୁକ୍ତ  । ଗ୍ରୁପରେ ବିକ୍ରେତାମାନେ ଭିଡିଓ ଏବଂ ମୂଲ୍ୟ ସହ ଛେଳିର ଫଟୋ ଛାଡିଥାନ୍ତି ।   ଗ୍ରୁପର ସଦସ୍ୟମାନେ ନିଜ ଆବଶ୍ୟକତା ଅନୁଯାୟୀ ଛେଳି ପସନ୍ଦ କରନ୍ତି ଏବଂ ଛେଳି ମାଲିକଙ୍କ ସହିତ ଯୋଗାଯୋଗ କରନ୍ତି । ଏହାପରେ କ୍ରେତାମାନେ ଛେଳିଗୁଡ଼ିକୁ ଦେଖିବାକୁଯାନ୍ତି ଏବଂ ମୂଲଚାଲ ପରେ ଡିଲ୍ ଫାଇନାଲ୍ କରନ୍ତି । ବେଳେବେଳେ ଅଧିକାଂଶ ଲୋକ ହ୍ୱାଟ୍ସଆପରେ ହିଁ କଥାବାର୍ତ୍ତା ହେଇଯାନ୍ତି ।

୮ ରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଛେଳି

ଆରିଫ ଖାନ କହିଛନ୍ତି, କରୋନା କାରଣରୁ ଛେଳିର ମୂଲ୍ୟ ୨୦ ରୁ ୩୦ ପ୍ରତିଶତ ହ୍ରାସ କରାଯାଇଛି । ଏଥର ଛେଳିର ମୂଲ୍ୟ ୮ ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

ମାଗଣାରେ ଉପଲବ୍ଧ ହ୍ୱାଟ୍ସଆପଗ୍ରୁପ୍ ଲିଙ୍କ୍

ବ୍ୟବସାୟୀମାନେ କହିଛନ୍ତି, ଆମର ଏହି ହ୍ୱାଟ୍ସଆପ ଲିଙ୍କ୍ ମାଗଣାରେ ଉପଲବ୍ଧ ଏବଂ ଯେକେହି ଏହାର ସଦସ୍ୟ ହୋଇପାରିବେ । ଲକଡାଉନ୍ କାରଣରୁ ଛେଳିର ମୂଲ୍ୟ କମ୍ ରଖାଯାଇଛି । ଅନ୍ୟପକ୍ଷରେ ଅଗଷ୍ଟ ୧ ରେ ବକରିଦ୍ ଥିବାରୁ ଲୋକମାନେ ଏପର୍ଯ୍ୟନ୍ତ ଛେଳିର ବଜାର ବସିବ ବୋଲି ଆଶା ରଖିଛନ୍ତି ।

(ଅନୁରାଧା)

 

Leave a Reply