କରୋନା ଚିକିତ୍ସା ପାଇଁ ଆସିଲା ଔଷଧ, ଗୋଟିଏ ଟାବଲେଟର ଦାମ୍ ୧୦୩ ଟଙ୍କା

1 min read

ନୂଆଦିଲ୍ଲୀ: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଣ୍ଟିଭାଇରାଲ୍ ଔଷଧ ଫେବିପିରାବିରକୁ ଫେବିଫ୍ଲୁ ବ୍ରାଣ୍ଡରେ ଆଣିଛି । ଏହା କରୋନାରେ ପ୍ରାଥମିକ ସ୍ତରରେ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର ହୋଇପାରିବ । କମ୍ପାନୀ ଶନିବାର ଏହି ସୂଚନା ଦେଇଛି । ମୁମ୍ବାଇର କମ୍ପାନୀ ଶୁକ୍ରବାର କହିଥିଲା- ଭାରତୀୟ ଔଷଧ ପ୍ରାଧିକରଣ ଔଷଧ ନିର୍ମାଣ ଓ ମାର୍କେଟିଂ ପାଇଁ ଅନୁମତି ଦେଇଛନ୍ତି ।

ଫେବିଫ୍ଲୁ କୋଭିଡ୍-୧୯ ଚିକିତ୍ସା ପାଇଁ ଫେବିପିରାବିର ଔଷଧ । ଯାହାକୁ ଅନୁମତି ମିଳିଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶନ ଗ୍ଲେନ୍ ସଲଦାହ୍ନା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି- ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସ୍ୱାସ୍ଥ୍ୟ ସେବା ଗଭୀର ଚାପରେ ରହିଛି । ଫେବିଫ୍ଲୁ ଦ୍ୱାରା ଏହି ଚାପ କମିବ ବୋଲି ସେ ଆଶା ରଖିଛନ୍ତି ।

କରୋନାରେ ସାମାନ୍ୟ ଭାବେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଠାରେ ଫେବିଫ୍ଲୁର ମେଡିକାଲ ଟ୍ରାଏଲ୍ ହୋଇଛି । ଏବଂ ଏହା ଭଲ କାମ କରୁଥିବା ଜଣାପଡ଼ିଛି । ଏହା ସେବନ ଉପଯୋଗୀ ହେଉଥିବାରୁ ଚିକିତ୍ସା ସହଜ ହେବ । କମ୍ପାନୀ ସରକାର ଓ ଚିକିତ୍ସକଙ୍କ ସହ ମିଶି କାମ କରିବ । ଫଳରେ ଦେଶରେ ଔଷଧ ଉପଲବ୍ଧ ହୋଇପାରିବ । ଏହି ଔଷଧ ଚିକିତ୍ସଙ୍କ ପରାମର୍ଶ କ୍ରମେ ଟାବଲେଟ୍ ପିଛା ୧୦୩ ଟଙ୍କାରେ ମିଳିବ ।

କେମିତି କରିବେ ସେବନ ?

ସାମାନ୍ୟ କରୋନା ଆକ୍ରାନ୍ତ ପ୍ରଥମ ଦିନ ଫେବିଫ୍ଲୁ ୧୮୦୦ ଏମଜିର ଟାବଲେଟ ଦୁଇଥର ଖାଇବେ । ଏହାପରେ ୧୪ ଦିନ ଯାଏଁ ୮୦୦ ଏମଜି ଟାବଲେଟ୍ ଦିନକୁ ୨ ଥର ଖାଇବେ । ତେବେ, ଆଶ୍ୱସ୍ତିକର କଥା ହେଉଛି ଫେବିଫ୍ଲୁ ମଧୁମେହ, ଛାତି ସମସ୍ୟାରେ ପୀଡ଼ିତ କରୋନା ଆକ୍ରାନ୍ତଙ୍କୁ ମଧ୍ୟ ଦିଆଯାଇ ପାରିବ ।

୩୦ ପଇସାରେ କରୋନା ଔଷଧ,ଭାରତ ପାଖରେ Dexametasoneର ଭଣ୍ଡାର

Leave a Reply