ଉତ୍ତରାଖଣ୍ଡରେ ତାଣ୍ଡବ ପରେ ୟୁପିରେ ହାଇଆଲର୍ଟ: ଗଙ୍ଗା ନଦୀ କୂଳକୁ ନ ଯିବାକୁ ପରାମର୍ଶ

ଉତ୍ତରାଖଣ୍ଡ: ଚମେଲିର ତପୋବନରେ ଗ୍ଳ୍ୟାସିୟର ଭାଙ୍ଗିବା ପରେ ବନ୍ୟା ପାଣି ବହୁତ ଜୋରେ ନଦୀ ଆଡ଼କୁ ପ୍ରଭାବିତ ହେଉଛି । ଏହାକୁ ନେଇ ପ୍ରଶାସନ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ବହୁ ଜିଲ୍ଲାରେ ହାଇଆଲର୍ଟ ଜାରି କରିଛି । ଗଙ୍ଗା ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ନଦୀ ପାଖକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ଟିହରି ନଦୀରୁ ପାଣିର ପ୍ରବାହକୁ ରୋକିଦେଇଛି । ଯେତେ ଦୂର ସମ୍ଭବ ଡ୍ୟାମ ପାଣି ରୋକିବାକୁ କୁହାଯାଇଛି । ରୁଦ୍ରପ୍ରୟାଗରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ କରାଯାଉଛି । ଖବର ଲେଖା ହେବା ବେଳକୁ ପାଣି ଚମେଲି ଜିଲ୍ଲା ପାର କରିସାରିଛି । ଋଷିକେଶ, ହରିଦ୍ୱାରରେ କୁମ୍ଭ ମେଳା ଆୟୋଜନ କରାଯାଇଛି । ଏହି କାରଣୁ ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଏଥିସହିତ ପଢ଼ନ୍ତୁ: ‘ଗନ୍ଦି ବାତ୍’ ଅଭିନେତ୍ରୀ ଗେହନା ବଶିଷ୍ଟ ଗିରଫ: ପ୍ରସ୍ତୁତ କରୁଥିଲେ ପର୍ଣ୍ଣ ଭିଡିଓ

           ଚମେଲିରେ ଗ୍ଳ୍ୟାସିୟର ଫାଟିବା ପରେ ଉନ୍ନାଓରେ ଜିଲ୍ଲାଅଧିକାରୀ ଦ୍ୱାରା ଗଙ୍ଗା କୂଳରେ ବସବାସ କରୁଥିବା ୩୫୦ ଗାଁରେ ହାଇଆଲର୍ଟ ଜାରି କରାଯାଇଛି । ଉତ୍ତାରଖଣ୍ଡରେ ଚମେଲି ଗ୍ଳ୍ୟାସିୟର ଭାଙ୍ଗିବା ପରେ କନ୍ନୈଜ ଜିଲ୍ଲା ପ୍ରଶାସନ ଆଲର୍ଟ ରହିଛି । ଜିଲ୍ଲାପାଳ ବୈଠକ ଡକାଇବା ସହ ଗଙ୍ଗା ନଦୀ କୂଳ ଲୋକଙ୍କୁ ସତର୍କ କରାଇଛନ୍ତି । ଫାରୁଖାବାଦରେ ଗଙ୍ଗା ନଦୀର ବେଗ ଉପରେ ଅଧିକାରୀଙ୍କ ନଜର ରହିଛି । ଗଙ୍ଗା ନଦୀରେ ପାଣିର ସ୍ତର ଏବେ ମଧ୍ୟ ସାମାନ୍ୟ ରହିଛି । ଏବେ ଗଙ୍ଗା ନଦୀକୁ ନେଇ କୌଣସି ବିପଦ ନାହିଁ । ତଥାପି  ସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ।

Leave a Reply