ବଦଳିଲା ଜମ୍ମୁ-କଶ୍ମୀରର ଇତିହାସ; ଗିରୀଶ ମୁର୍ମୁ ହେଲେ ପ୍ରଥମ ଉପରାଜ୍ୟପାଳ

1 min read

ଶ୍ରୀନଗର: ଓଡ଼ିଆ ପୁଅ ହେଲେ ଉପରାଜ୍ୟପାଳ । କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଗିରୀଶ ଚନ୍ଦ୍ର ମୁର୍ମୁ ଶପଥ ନେଇଛନ୍ତି । ମୟୂରଭଞ୍ଜର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Girish Chandra Murmu

୧୯୮୫ ବ୍ୟାଚର ଗୁଜରାଟ କ୍ୟାଡର IAS ଅଫିସର ଶ୍ରୀ ମୁର୍ମୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର ଭାବେ ଜଣାଶୁଣା । ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁର୍ମୁ ପ୍ରମୁଖ ସଚିବ ଥିଲେ । ଏଥିସହ ୨୦୧୯ ମସିହା ମାର୍ଚ୍ଚ ମାସରୁ ଅର୍ଥ ମନ୍ତ୍ରାଳୟରେ ବ୍ୟୟ ସଚିବ ଥିଲେ ଶ୍ରୀ ମୁର୍ମୁ । ଏହା ପୂର୍ବରୁ ସେ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ ।

Lt. Governor of Jammu Kashmir UT

ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରାକୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ । ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଥିଲା ।

Lt. Governor of Jammu Kashmir UT

କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ବିଧାନସଭା ଥିବାବେଳେ ଲଦାଖରେ ବିଧାନସଭା ନାହିଁ । ')}

Leave a Reply