ଏକାମ୍ରକ୍ଷେତ୍ରରୁ NMA ବାଇ ଲ’ ପ୍ରତ୍ୟାହାର ଦାବି, ଆଜି ରାଜ୍ୟର ସବୁ ମନ୍ଦିରରେ ହେଲା ଘଣ୍ଟମାଡ଼

1 min read

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ ଲ’ ପ୍ରତ୍ୟାହାର କରିବାକୁ ଜାରି ରହିଛି ପ୍ରତିବାଦ । ଆଜି ରାଜ୍ୟର ସବୁ ମନ୍ଦିରରେ ଶୁଭିଲା ଘଣ୍ଟ ଘଣ୍ଟାମାଡ଼ । ସକାଳ ୧୦ଟାରେ ହେଲା ଘଣ୍ଟମାଡ଼ ପ୍ରତିବାଦ । NMA ବାଇ-ଲ’ ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିବାକୁ ନିଖିଳ ଓଡ଼ିଶା ସେବାୟତ କମିଟି ଆହ୍ୱାନ ଦେଇଛି ।

ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବାକୁ ଆସିଥିବା ଚିଠା ବାଇ-ଲ’କୁ ବିରୋଧ କରାଯାଉଛି । ଏହି ଉପନିୟମ ଦ୍ୱାରା ଭୁବନେଶ୍ୱରର ୨ମନ୍ଦିର ପ୍ରଭାବିତ ହେବ । ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ବାଇ-ଲ’ ଦ୍ୱାରା ପ୍ରଭାବିତ ହେବ । ଚିଠା ବାଇ-ଲ’ ପ୍ରତ୍ୟାହାର ପାଇଁ ପ୍ରତିବାଦ କରୁଛନ୍ତି ରାଜଧାନୀବାସୀ ।

ସେବାୟତମାନେ ମଧ୍ୟ ଚିଠା ବାଇ-ଲ’କୁ ଦୃଢ଼ ବିରୋଧ କରିଛନ୍ତି । ତୁରନ୍ତ ଚିଠା ବାଇ-ଲ’ ପ୍ରତ୍ୟାହାର ପାଇଁ ଅଡ଼ି ବସିଛନ୍ତି । ପୂର୍ବରୁ ବାଇ ଲ’କୁ ବିରୋଧ କରି ସେବାୟତ ମାନେ ପ୍ରତିବାଦ କରିବା ସହ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜାଳିଥିଲେ ଭୁବନେଶ୍ୱର ବାସିନ୍ଦା ।

Leave a Reply