ସିଂହ ଛୁଆଙ୍କ ପାଇଁ ମା’ ପାଲଟିଲା କୁକୁର

ମା’ର ମମତା ଓ  ସ୍ନେହରେ ବାଛ ବିଚାର ନଥାଏ । ମା’ କେବଳ ମା’ ।  ଯାହା କେବେ ମାନିନି ପଶୁ କି ମଣିଷର ଭେଦଭାବ । ମାତୃତ୍ୱ ନିଜ ଓ ପର ଭିତରେ ଫରକ ମାନେନା । ବେଳେ ବେଳେ ପର ଛୁଆକୁ ବି କୋଳେଇ ନିଏ ମା’ । ଏମିତି ଅନେକ ଉଦାହରଣ ରହିିଛି ଯେଉଁଠି ଗୋଟିଏ ପ୍ରଜାତିର ମା’ ଆଉ ଗୋଟିଏ ପ୍ରଜାତିର ପିଲାକୁ ବି ଦିଏ ମାତୃତ୍ୱର ସ୍ନେହ ।  ବାସ ଏଥିପାଇଁ ଆବଶ୍ୟକ ମା ଭଳି ଏକ ସୁନ୍ଦର ହୃଦୟ । ଏମିତି ଏକ ଘଟଣା ଘଟିଛି ଋଷର ଭ୍ଲାଡିଭୋଷ୍ଟୋକରେ । ଦୁଇଟି ସିଂହ ଛୁଆଙ୍କ ପାଇଁ ମା ପାଲଟିଛି ଏକ କୁକୁର । ମାକୁ ହରେଇ କ୍ଷୀର ପାଇଁ ଡହଳବିକଳ ଶିଶୁକୁ ସାହା ହୋଇଛି ଏକ କୁକୁର ।

ଘଟଣା କିଛି ଏମିତି, ଋଷ୍ ବେଲି ଲେଭ ପଶୁ ଉଦ୍ୟାନରେ ଦୁଇଟି ସିଂହ ଛୁଆ ଜନ୍ମ ହୋଇଥିଲେ । ଦୁର୍ବଳତା କାରଣରୁ ସିଂହ ଛୁଆର ମା’କୁ ଚିକିତ୍ସା ପାଇଁ ନେବାକୁ ପଡିଲା । ପରେ ବାଧ୍ୟ ହୋଇ ଦୁଇ ଛୁଆଙ୍କୁ ମା’ଙ୍କଠାରୁ ଅଲଗା କରିବାକୁ ପଡ଼ିଥିଲା । ଏତେ ଛୋଟ ଛୁଆଙ୍କୁ ମାଠାରୁ ଭିନ୍ନ କରିବା ପରେ ପିଲାଙ୍କ ଲାଳନ ପାଳନର ଚିନ୍ତା ଘାରିଥିଲା ଉଦ୍ୟାନର ମୁଖ୍ୟ ବିକାଶ ଆଗାଫୋନୋବଙ୍କୁ । ଅନେକ ଖୋଜାଖୋଜି ବି କରିଥିଲେ । ତେବେ ଶେଷରେ ବିକାଶଙ୍କୁ ମିଳିଲା, ଏକ କୁକୁର । ସାନ୍ଦ୍ରା ନାମକ ଏହି କୁକୁରର ମାଲିକ ହେଉଛନ୍ତି, ଆର୍ଟିଓମ୍ ସହରର ଏକ ଦମ୍ପତି । ୮ ବର୍ଷର କୁକୁର ସାନ୍ଦ୍ରା ହିଁ ଶେଷରେ ସାହା ପାଲଟିଥିଲା ଦୁଇ ନାଚାର ସିଂହ ଛୁଆଙ୍କ ପାଇଁ । ସବୁଠୁ ଆଶ୍ଚର୍ଯ୍ୟର କଥା ସାନ୍ଦ୍ରା କେବେ ନିଜ ଛୁଆ ଆଉ ସିଂହ ଛୁଆଙ୍କ ଭିତରେ ପ୍ରଭେଦ କରିନି । ସେଦୁହିଁଙ୍କୁ ଏମିତି କୋଳେଇ ନେଇଛି ଏକଦମ ମା ଓ ଛୁଆ ସମ୍ପର୍କ ଆପେ ଆପେ ଫୁଟି ଉଠିଛି ।

Leave a Reply