Rajasthan updates: ଗେହଲଟଙ୍କ ଦୃଢ଼ୋକ୍ତି, ୧୯ ବିଧାୟକଙ୍କ ବିନା ସାବ୍ୟସ୍ତ କରିବେ ବହୁମତ

1 min read

ଜୟପୁର: ରାଜସ୍ଥାନରେ ରାଜନୈତିକ ସଂକଟ ଟଳିଥିଲେ ମଧ୍ୟ ରଙ୍ଗ ବଦଳିବାରେ ଲାଗିଛି । ସଚିନ୍ ପାଇଲଟଙ୍କ କ୍ୟାମ୍ପ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ଆଲୋଚନା ପରେ ପୁଣି ଦଳକୁ ଫେରିଛି । ଅନ୍ୟପଟେ ଗେହଲଟଙ୍କ ସମର୍ଥକ ପାଇଲଟଙ୍କ ବିରୋଧରେ ମେଳି ଆରମ୍ଭ କରିଲେଣି । ଗେହଲଟ ଚାହୁଁଛନ୍ତି- ଅଯୋଗ୍ୟ ବିଧାୟକଙ୍କୁ ଆଗାମୀ ୩ ବର୍ଷ ଯାଏଁ ନା ସରକାର ନା ସଂଗଠନରେ କୌଣସି ସ୍ଥାନ ନମିଳୁ । ଏହାରି ଭିତରେ କଂଗ୍ରେସ ଓ ବିଜେପି ଦୁଇ ଦଳ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାୟକ ଦଳ ବୈଠ କରିଛନ୍ତି । ଅନ୍ୟପଟେ ଆଜି ବିଏସପି ବିଧାୟକ ମିଶିବା ମାମଲାରେ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି ।

Ashok Gehlot calls another cabinet meet to discuss governor’s reservations over Rajasthan assembly session

ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକ ପରେ କେସି ବେଣୁଗୋପାଳ କହିଛନ୍ତି- ଦଳରେ ସବୁ କିଛି ଠିକ୍ ଚାଲିଛି । ଏବେ କଂଗ୍ରେସ ପରିବାର ଗୋଟିଏ ହୋଇ ରହିଛି । ଆମେ ବିଜେପିର ହୀନ ରାଜନୀତି ବିରୋଧରେ ଲଢ଼ିବୁ । ଆସନ୍ତାକାଲି ବିଧାନସଭାରେ କଂଗ୍ରେସ ଦଳ ଏକଜୁଟ୍ ହେବ ବୋଲି କେସି ବେଣୁଗୋପାଳ କହିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାୟକ ଦଳ ବୈଠକରେ କହିଛନ୍ତି- ଆମେ ୧୯ ବିଧାୟକଙ୍କ ସମର୍ଥନ ବିନା ବହୁମତ ସାବ୍ୟସ୍ତ କରିପାରିବୁ । ଏହି ୧୯ ବିଧାୟକଙ୍କ ମଧ୍ୟରେ ସଚିନ୍ ପାଇଲଟ ଓ ତାଙ୍କ ସମର୍ଥିତ ୧୮ ଜଣ ବିଧାୟକ ରହିଛନ୍ତି । ତେବେ, ପାଇଲଟ ଦଳକୁ ଫେରିଥିଲେ ମଧ୍ୟ ଏଥିରେ ଗେହଲଟ୍ ସମ୍ପୂର୍ଣ୍ଣ ଖୁସି ନଥିବା କହିବା ସହ ତାଙ୍କ ସମର୍ଥନ ଖୁସି ଦେବନାହିଁ ବୋଲି କହିଛନ୍ତି । ତେବେ, ତାଙ୍କ ସରକାର ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରିବ ବୋଲି କହିଛନ୍ତି ଗେହଲଟ୍ ।

କଂଗ୍ରେସ ବିଧାୟକ ବିଶବେନ୍ଦ୍ର ସିଂହ ବିଧାୟକ ଦଳ ବୈଠକ ପରେ କହିଛନ୍ତି କଂଗ୍ରେସ ଏକଜୁଟ୍ ରହିଛି । ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଧାୟକ ଦଳର ନେତା, ସିଏ ସମସ୍ତଙ୍କୁ ସମ୍ମାନ ଦିଅନ୍ତି । ଯଦି ବିଜେପି ଚାହୁଁଛି ସେ କାଲି ଅବିଶ୍ୱାସ ପ୍ରସ୍ତାବ ଆଣୁ ବୋଲି ସେ କହିଛନ୍ତି ।

Leave a Reply