ଦେଶର ପ୍ରଥମ ଆଦିବାସୀ ସିଏଜି ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ, ରାଷ୍ଟ୍ରପତି ଭବନରେ ନେଲେ ଶପଥ

1 min read

ନୂଆଦିଲ୍ଲୀ: ଦେଶର ନୂଆ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଭାବେ ଶପଥଗ୍ରହଣ କଲେ ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ଭବନରେ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିରୀଶଙ୍କୁ  ଶପଥ ପାଠ କରାଇଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ । ଜମ୍ମୁ ଓ କଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର କମ୍ପ୍ଟ୍ରୋଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଭାବେ ନିଯୁକ୍ତ ହୋଇଛନ୍ତି ।

ତାଙ୍କ ପୂର୍ବରୁ ରାଜୀବ ମହର୍ଷି ସିଏଜି ଦାୟିତ୍ୱ ତୁଲାଉଥିଲେ । ୧୯୮୫ ବ୍ୟାଚର ଗୁଜୁରାଟ୍ କ୍ୟାଡରର ଆଇଏଏସ୍ ଅଫିସର ହେଉଛନ୍ତି ଶ୍ରୀ ମୁର୍ମୁ । ପାଖାପାଖି ୧ ବର୍ଷ ଧରି ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦାୟିତ୍ୱ ତୁଲାଇବା ପରେ ଅଗଷ୍ଟ ୫ ତାରିଖରେ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତଭାବେ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ଜମ୍ମୁ ଓ କଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ସାନ୍ତାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

ଓଡ଼ିଆଙ୍କ ପାଇଁ ଗର୍ବ: ପାଞ୍ଚ ବିଭାଗର ଶୀର୍ଷ ପଦବୀରେ ଓଡ଼ିଆ

Leave a Reply