ଗ୍ୟାସ୍ ଟାଙ୍କି ବିସ୍ଫୋରଣରେ ଶିଶୁ ମୃତ, ଜଣେ ଗୁରୁତର

ସୁନ୍ଦରଗଡ: ଏକ ନିରୀହ ଜୀବନ ଅକାରଣରେ ଚାଲି ଯାଇଛି । ମୃତ୍ୟୁ ପରର ବିବତ୍ସ ଫଟୋ ଦେଖିଲେ ଯେ କେହି କୋହ ସମ୍ଭାଳି ପାରିବେ ନାହିଁ । ଏଭଳି ଘଟଣା ଘଟିଛି ସୁନ୍ଦରଗଡର ରାଇକେଲା ଗ୍ରାମରେ । ଏକ ଓ୍ୱେଲଡିଙ୍ଗ ଦୋକାନରେ ଗ୍ୟାସ ଟାଙ୍କି ଫାଟିଯିବା ହେତୁ ଶିଶୁଟିର ମୃତ୍ୟୁ ହୋଇଛି ।

ସେହିଭଳି ଅନ୍ୟ ଜଣେ ଆହତ ହୋଇଥିବା ଖବର ଆସିଛି । ମୃତ ଶିଶୁର ନାମ ଅମର ଫାରୁକ୍ ଅନସାରୀ  । ତେବେ ଖୁବ୍ ଶୀଘ୍ର ତାଙ୍କ ଚିକିତ୍ସା କରିବା ପାଇଁ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା । ଅନ୍ୟପକ୍ଷରେ ଆହତ ବ୍ୟକ୍ତିଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଲହୁଣିପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

Leave a Reply