ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା, ୫ ଗିରଫ

Ganjam Police Arrested Five Accused In Debaraj Sahu Murder Case

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ଘଟଣାରେ ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ । ସେହିପରି ଗୁଳିକାଣ୍ଡ ଦିନ ଘଟଣାସ୍ଥଳରୁ ୩ଟି ଜୀବନ୍ତ ଗୁଳି ସହ ଖୋକା ଜବତ କରିଛି ପୋଲିସ । ଜଣେ ଏସପିଓଙ୍କ ନେତୃତ୍ବରେ ଘଟଣାର ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରାଯାଇଥିଲା ।

Ganjam Police Arrested Five Accused In Debaraj Sahu Murder Case

ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ଓ ଫରେନ୍ସିକ୍ ଟିମ୍ ଘଟଣାର ଛାନଭିନ୍ କରିଥିଲେ । ଗତ ୨୦ ତାରିଖରେ ଦେବରାଜଙ୍କୁ ଗୁଳି କରି ଫେରାର୍ ହୋଇଯାଇଥିଲେ ହତ୍ୟାକାରୀ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଜୟ ବାରିକ ସହ ବଳରାମ ପରିଡ଼ା, ପବନ ପହାଣ, ପ୍ରଶାନ୍ତ ସ୍ୱାଇଁ, ଗଗନ ବିଶ୍ୱାଳଙ୍କୁ ପୋଲିସ ଗିରଫ କରିଛି ।

ଅଭିଯୁକ୍ତଙ୍କଠାରୁ ୩ଟି ପିସ୍ତଲ, ୬୨ଟି ଜୀବନ୍ତ ଗୁଳି, ୩ଟି ମାଗାଜିନ୍ ଏବଂ ଗୋଟିଏ କାର, ୩ଟି ମୋବାଇଲ୍, ୩୫୦୦ ଟଙ୍କା ଜବତ କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ହତ୍ୟା ପରେ କାରରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ।

Leave a Reply