ପୋଲିସ ଓ ଅବକାରୀ ବିଭାଗର ହଲ୍ଲାବୋଲ, ଧ୍ୱଂସ ହେଲା କନ୍ଧମାଳର ଗଂଜେଇ ଉପତ୍ୟାକା

କନ୍ଧମାଳ: ଗଞ୍ଜେଇ ଚାଷ ବିରୋଧରେ ଆକ୍ସନ୍ ମୋଡରେ କନ୍ଧମାଳ ଜିଲ୍ଲା ପ୍ରଶାସନ । ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ଗ୍ରାମପଞ୍ଚାୟତରେ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି । ଫିରିଙ୍ଗିଆର ବୁଡ଼ାପଦର, ଦୁଦୁରା, ଲମ୍ବା ଗୁଡାରୀ, ପଞ୍ଜା ପଦର ଗ୍ରାମରେ ୧୯୫ ଏକର ଜଙ୍ଗଲ ଜମିରେ ବେଆଇନ୍ ଗଞ୍ଜେଇ ଗଛ କାଟି ନଷ୍ଟ କରିଦେଇଛି ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଟିମ୍ । ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧ କୋଟି ୯୫ ଲକ୍ଷ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି ।

ସେହିପରି ବାଲିଗୁଡ଼ା ଅଞ୍ଚଳରେ ଲଗାତାର ଚାଲିଛି ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ । ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ପୁଣି ୧ କୋଟି ୬୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସିନ୍ଦ୍ରିଗାଁ ପଞ୍ଚାୟତର ତିଲପଙ୍ଗା, ନିଲିପଡ଼ା, ଲାଇନପାଲି ଓ ସିନ୍ଦ୍ରିଗାଁ ଅଞ୍ଚଳରେ ୧୬୦ ଏକର ଜଙ୍ଗଲ ଜମିରେ ବେଆଇନ୍ ଗଞ୍ଜେଇ ଚାଷ ପୋଡି ନଷ୍ଟ କରାଯାଇଛି ।

ଗତ ୧୫ଦିନ ହେଲା କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ୍ ଗଞ୍ଜେଇ ଚାଷ ବିରୋଧରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲାର ସ୍ୱତନ୍ତ୍ର ଟିମ୍ । ଶହଶହ ଏକର ଜମିରେ ଗଞ୍ଜେଇ ନଷ୍ଟ କରୁଛି ଜିଲ୍ଲା ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଟିମ୍ ।

Leave a Reply