ଫେରାର୍ ବେଳେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ STFର ଏନକାଉଣ୍ଟର

1 min read

ଲକ୍ଷ୍ନୌ: ଆଠ ପୋଲିସ କର୍ମଚାରୀଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ଏନକାଉଣ୍ଟର । STF ବିକାଶ ଦୁବେକୁ ଉଜ୍ଜୟିନୀରୁ କାନପୁର ଆଣିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିକାଶ ଦୁବେ ହତିଆର ନେଇ ଖସିଯିବାକୁ ଉଦ୍ୟମ କରିଥିଲା । ପରେ ସୁରକ୍ଷାକର୍ମୀ ଓ ବିକାଶ ଦୁବେଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁର୍ଘଟଣା ସ୍ଥଳରୁ ପ୍ରାୟ ୪ କିଲୋମିଟର ଖସିଯିବା ପରେ ବିକାଶ ଦୁବେକୁ STF ଏନକାଉଣ୍ଟର କରିଥିବା ସୂଚନା ମିଳିଛି ।

ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାନପୁର ଟୋଲ ଗେଟରୁ ପ୍ରାୟ ୨୫ କିଲୋମିଟର ଦୂରରେ STF ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲିସ, STF ବିକାଶ ଦୁବେକୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ, ପୋଲିସ ତରଫରୁ ବିକାଶ ଦୁବେର ମୃତ୍ୟୁ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଗତ ଶୁକ୍ରବାର ରାତିରେ ବିକାଶ ଦୁବେ ଓ ତାର ସହଯୋଗୀ ୮ ପୋଲିସ କର୍ମଚାରୀଙ୍କୁ ଗୁଳିମାରି ହତ୍ୟା କରିଥିଲେ । ପୋଲିସ ବିକାଶ ଦୁବେକୁ ଗିରଫ କରିବାକୁ ଯାଇଥିବା ବେଳେ ଗ୍ୟାଙ୍ଗଷ୍ଟର ବିକାଶ ଆକ୍ରମଣ କରିଥିଲା । ଅଧରାତିରେ ପୋଲିସ କରିଥିବା ରେଡରେ ଗ୍ୟାଙ୍ଗଷ୍ଟର ଦୁବେ ୮ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରି ଖସି ପଳାଇଥିଲା । ଜୁଲାଇ ୯ରେ ଉଜ୍ଜୟିନୀରୁ ବିକାଶ ଦୁବେ ଧରା ପଡ଼ିଥିଲା ।

ମଧ୍ୟପ୍ରଦେଶ ପଳାଇ ଯାଇ ଏନକାଉଣ୍ଟରରୁ ବର୍ତ୍ତିଗଲା କି ବିକାଶ ଦୁବେ ?

Leave a Reply