କଟକ ଗଣଦୁଷ୍କର୍ମ ମାମଲା: ନାବାଳିକାଙ୍କୁ ରାତିରେ କୁକୁଡ଼ା ଫାର୍ମ ଭିତରେ ଓ ଦିନରେ ବାହାରେ ରଖୁଥିଲେ ଦୁର୍ବୃତ୍ତ !

କଟକ: ଚାଉଳିଆଗଞ୍ଜ ଥାନା ଗତିରାଉତପାଟଣାରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଚାଉଳିଆଗଞ୍ଚ ଥାନାରେ ମାମଲା ଦାୟର ହୋଇଛି ।  ଘଟଣାର ତଦନ୍ତ ପାଇଁ ଟିମ୍ ଗଠନ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅନ୍ୟ ଜଣେ ଫେରାର ଥିବା ବେଳେ ତାଙ୍କୁ ଖୋଜାଖୋଜି ଚାଲିଛି । ଆଉ କିଏ କିଏ ଘଟଣାରେ ଜଡିତ ଅଛନ୍ତି, ସେନେଇ ତଦନ୍ତ ଚାଲିଥିବା କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଜଣେ ନାବାଳିକାଙ୍କୁ ୨୨ଦିନ ଧରି ପରିତ୍ୟକ୍ତ କୁକୁଡା ଫାର୍ମରେ ଯୌନଶୋଷଣ କରିଥିଲେ ଦୁର୍ବୃତ୍ତ । ଏହାପରେ ପୋଲିସ ତଦନ୍ତ ଜୋରଦାର ହୋଇଛି । ଆଜି ନାବାଳିକାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ପୋଲିସ । ଅନ୍ୟପଟେ ଆଜି ପୀଡିତା ନାବାଳିକାର ଡାକ୍ତରୀ ପରୀକ୍ଷା କରାଯିବ । ଗତକାଲି ପୋଲିସ ପୀଡିତାର ବୟାନ ରେକର୍ଡ କରିଛି।

ସୂଚନା ଅନୁସାରେ, କୁକୁଡ଼ା ଫାର୍ମରେ ହିଁ ୨୨ଦିନ ଧରି ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଦିନ ବେଳା କୁକୁଡ଼ା ଖୋଲା ରହୁଥିବା ବେଳେ ଲୋକେ ସେଠାକୁ ଚିକେନ ପାଇଁ ଯାଆନ୍ତି । ସେହି ସମୟରେ ଦୁର୍ବୃତ୍ତମାନେ ପୀଡ଼ିତାଙ୍କୁ ଫାର୍ମ ପଛରେ ଥିବା ଏକ ଅସ୍ଥାୟୀ ଘରେ ରଖୁ ଥିଲେ ଏବଂ ରାତି ହେଲେ କୁକୁଡ଼ା ଫାର୍ମକୁ ନେଉଥିଲେ । ତେବେ କୁକୁଡ଼ା ଫାର୍ମଟି ରାସ୍ତା କଡ଼ରେ ଥିଲେ ମଧ୍ୟ କିପରି ଏହାର କିଛି ଟେର ପାଇନାହିଁ ପୋଲିସ ସେନେଇ  ପ୍ରଶ୍ନ ଉଠିଛି । ଉକ୍ତ ଘଟଣାଟିକୁ କଟକ ଡ଼ିସିପି ଗମ୍ଭୀରତା ସହ ନେଇ ତଦନ୍ତକୁ ଜୋରଦାର କରିଛନ୍ତି ।

Leave a Reply