ସରକାର ଆଣିଲେ ନୂଆ ଆଇନ୍; ଏଣିକି ଦୁଷ୍କର୍ମକାରୀଙ୍କୁ ୩ ସପ୍ତାହରେ ମୃତ୍ୟୁଦଣ୍ଡ

1 min read

ଅମରାବତୀ : ଦେଶରେ ବଢ଼ି ଚାଲିଥିବା ଦୁଷ୍କର୍ମ ଓ ନାରୀ ନିର୍ଯାତନା ରୋକିବାକୁ ଆନ୍ଧ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ଆଜି ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏ.ପି. ଦିଶା ବିଲ୍-୨୦୧୯ ପାରିତ ହୋଇଛି । ନୂଆ ଆଇନ୍ ଅନୁସାରେ ଦୁଷ୍କର୍ମକାରୀଙ୍କ ବିଚାର ୨୧ ଦିନରେ ଶେଷ କରି ଫାଶୀଦଣ୍ଡ ଦିଆଯିବ । ଏହା ଉଭୟ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଅପରାଧୀଙ୍କ କ୍ଷେତ୍ରରେ ଲାଗୁ କରାଯିବ । ଗତ ୧୧ ତାରିଖରେ ୱାଇ.ଏସ୍ ଜଗନମୋହନ ରେଡ୍ଡୀଙ୍କ କ୍ୟାବିନେଟ୍ ଦିଶା ଆକ୍ଟକୁ ଅନୁମୋଦନ ଦେଇଥିଲା ।

ଦୁଷ୍କର୍ମ ମାମଲାରେ ଅବହେଳା କଲେ ଦଣ୍ଡିତ ହେବେ ପୋଲିସ ଅଧିକାରୀ

ଦିଶା ଆକ୍ଟ ଅନୁସାରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ମାମଲା ଗୁଡ଼ିକର ଟ୍ରାଏଲ୍ ଅଭିଯୋଗ ହେବାର ୧୪ ଦିନ ମଧ୍ୟରେ ସରିବ । ୨୧ ଦିନ ମଧ୍ୟରେ ରାୟ ପ୍ରକାଶ ପାଇ ଦୋଷୀକୁ ଫାଶୀଦଣ୍ଡ ଦିଆଯିବ । ଏଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର କୋର୍ଟ ମଧ୍ୟ ସ୍ଥାପନ କରାଯିବ । ଏହି କୋର୍ଟରେ ନାବାଳିକା ନିର୍ଯାତନା, ଦୁଷ୍କର୍ମ ମାମଲାର ବିଚାର କରାଯିବ । ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ଆଇନ୍ ପ୍ରଣୟନରେ ଆନ୍ଧ୍ରପ୍ରଦେଶ ଦେଶର ପ୍ରଥମ ରାଜ୍ୟ । ବର୍ତ୍ତମାନ ଦେଶରେ କୌଣସି ରାଜ୍ୟରେ ଏପରି ଆଇନ୍ ନାହିଁ । ଏଭଳି ସମ୍ବେଦନଶୀଳ ମାମଲାର ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ କରାଯିବ ବୋଲି ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଘାତକ ଖୋଜୁଛି ତିହାର ଜେଲ୍, ଦଉଡ଼ି ତିଆରି ପାଇଁ ହେଲାଣି ନିର୍ଦ୍ଦେଶ, ଆଗକୁ କିଏ ପାଇବ ଫାଶୀ ?

ରାସ୍ତାରେ ମହିଳା ଡାକ୍ତରଙ୍କର ସ୍କୁଟି ଖରାପ ହେଲା, ଭଉଣୀଙ୍କୁ କଲ୍ ପରେ ଫୋନ୍ ସ୍ୱିଚ୍ ଅଫ୍ । ସକାଳେ ମିଳିଲା ଅଧାଜଳା ମୃତଦେହ

ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେବାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖା ଦେଇଥିଲା । ଏପରି ଘଟଣାକୁ ରୋକିବା ଓ ଦୁଷ୍କର୍ମକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ପାଇଁ ଆନ୍ଧ୍ର ସରକାର ଦିଶା ଆଇନ୍ ପ୍ରଣୟନ କରିଛନ୍ତି । ଯାହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Leave a Reply