ରେଡ୍ ବେଳେ ପୋଲିସ ଉପରେ ଜୁଆଡ଼ିଙ୍କ ଆକ୍ରମଣ, ଓଆଇସିଙ୍କ ସହ ୪ ଆହତ

ଗଜପତି: ଜୁଆ ଆଡ୍ଡାରେ ରେଡ୍ ବେଳେ ପୋଲିସ ଉପରକୁ ଆକ୍ରମଣ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଧିକାରୀଙ୍କୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଜୁଆଡ଼ି । ବିଶେଷ ସୂତ୍ରରୁ ଖବର ପାଇ ଗୁରାଣ୍ଡି ଥାନା ପୋଲିସ ଖରସଣ୍ଡା ଗାଁରେ ରେଡ୍ କରିଥିଲା । ରେଡ୍ ବେଳେ ଜୁଆ ଖେଳୁଥିବା ଅସାମାଜିକ ଲୋକ ପୋଲିସ ଉପରକୁ ଢ଼େଲାମାଡ଼ କରିଥିଲେ । ଏଥିରେ ଓଆଇସି ମମତା ପଣ୍ଡାଙ୍କ ସହ ୪ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

Gambler Attacked Cops During Raid In Gajapati

ଦୀର୍ଘ ଦିନ ଧରି ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ରେଡ୍ ପାଇଁ ଥାନା ଅଧିକାରୀଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ପହଞ୍ଚିଥିଲେ । ପୋଲିସକୁ ଗ୍ରାମବାସୀ ଘେରିଯିବା ପରେ ଦୁର୍ବୃତ୍ତ ଅତର୍କିତ ଢେଲା ପଥର ମାଡ଼ ମାରିଥିଲେ । ଆହତ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply