ଗଞ୍ଜେଇର ମୂଳୋତ୍ପାଟନ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ୍: ୧୯ ମାମଲାରେ ୩୯ ଗିରଫ

ପାରଳାଖେମୁଣ୍ଡି: ନୀଳ ଜହରର ଭୂସ୍ୱର୍ଗ ପାଲଟିଛି ଗଜପତି ଜିଲ୍ଲା । ଏହି ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ମୂଳ ପୋଛ କରିବା ପାଇଁ ଆକ୍ଟିଭ୍ ହୋଇଛି ଜିଲ୍ଲା ପୋଲିସ। ଯାହାର ନେତୃତ୍ୱ ନେଇଛନ୍ତି ଏସପି ତପନ କୁମାର ପଟ୍ଟନାୟକ । ଆକ୍ସନମୋଡରେ ଥିବା ପୋଲିସ ମାଫିଆଙ୍କ ସମସ୍ତ ଯୋଜନା କରୁଛି ପଣ୍ଡ । ଜବତ ହେଉଛି ରେକର୍ଡ ସଂଖ୍ୟକ ଗଞ୍ଜେଇ । ମାତ୍ର କିଛି ଦିନ ମଧ୍ୟରେ ମିଳିଛି ଅଭୁତପୂର୍ବ ସଫଳତା  ।

ଗଜପତିରେ ଗଞ୍ଜେଇର ହେବ ମୂଳୋତ୍ପାଟନ । ଦୁର୍ଗମ ଅଞ୍ଚଳରେ ଦୂର ହେବ ମାଫିଆ ରାଜ । ଏ ନେଇ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ୍ । ଏଣିକି ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ କମିବ ଗଞ୍ଜେଇ ମାଫିଆଙ୍କ ରାଜ୍ । ଜିଲ୍ଲାରେ ଗଞ୍ଜେଇର ମୂଳୋତ୍ପାଟନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆକ୍ସନ ପ୍ଲାନ୍ । ପୋଲିସ ଏହି ସ୍ୱତନ୍ତ୍ର ଅଭିଯାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମାତ୍ର ୨୦ ଦିନ ମଧ୍ୟରେ ୧୯ଟି ମାମଲାରେ ୩୯ଜଣ ଗିରଫ ହୋଇଥିବା ବେଳେ ୮କ୍ୟୁଣ୍ଟାଲ ୮୭୩ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବଦ ହୋଇଛି । ଏଥିସହ ଗୋଟିଏ କଣ୍ଟେନର, ୪ଟି ଟ୍ରକ୍ ୧୪ଟି କାର ସହ ୧ ଲକ୍ଷ ୨୪ ହଜାର ୭ଶହ ଟଙ୍କା ଜବତ କରିଛି ପୋଲିସ ।

ଗଜପତି ଜିଲ୍ଲା ମୋହନା, ଅଡ଼ବା, ରାୟଗଡ, ଉଦୟଗିରି, ରାମଗିରି, ଛେଳିଗଡ, ଆଦି ପାହାଡିଆ ଅଞ୍ଚଳରେ ଏକର ଏକର ଜମିରେ ଗଞ୍ଜେଇ ଚାଷ ହୋଇଥାଏ । ବେଆଇନ ଭାବରେ ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ । କିନ୍ତୁ ପ୍ରତ୍ୟେକ ସିଜନରେ ପ୍ରଶାସନ ପକ୍ଷରୁ ରାଜସ୍ୱ, ଜଙ୍ଗଲ, ଅବକାରୀ ଓ ପୋଲିସର ମିଳିତ ଅପରେସନରେ ନଷ୍ଟ କରାଯାଉଛି । ତଥାପି ବର୍ଷ ତମାମ ଵିଭିନ୍ନ ଉପାୟରେ ଚୋରା ଚାଲାଣ ହେଉଛି କୋଟି କୋଟି ଟଙ୍କାର ଏହି ମାଦକ ଦ୍ରବ୍ୟ । ତେବେ ଜିଲ୍ଲାରେ ନୂତନ ଏସପି ଦାୟୁତ୍ବ  ନେବା ପରେ ଏହା ଉପରେ ସାମାନ୍ୟ ରୋକ୍ ରାଗିଥିବା କହିଛନ୍ତି ବୁଦ୍ଧିଜୀବୀ ଓ ଆଉନଜୀବୀ । ଆଦିବାସୀଙ୍କ ଆର୍ଥିକ ଦୁର୍ବଳତା ଓ ନୀରହିତାର ସୁଯୋଗ ନେଇ ଗଜପତି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ରାଜ ଚାଲୁଥିବା ବେଳେ ଏହାର ମୂଳୋତ୍ପାଟନ କରିବା ପାଇଁ ଆକ୍ସନ ପ୍ରସ୍ତୁତ କରିଛି ପୋଲିସ ।

Leave a Reply