ସଂକ୍ରମଣ ରୋକିବାକୁ ୩ ଦିନ ପାଇଁ ସଟଡାଉନ୍ ଘୋଷଣା

1 min read
Gajapati DM Decision for three days Shutdown

ଗଜପତି: ବଢ଼ୁଛି କରୋନା ସଂକ୍ରମଣ । ଗଜପତି ଜିଲ୍ଲାରେ ଆଜି ଆଉ ୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧୧ରେ ପହଞ୍ଚିଛି । କଣ୍ଟେନମେଣ୍ଟ ଜୋନରୁ ୧୨ ଜଣ, କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି । ୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲୁଥିବା ବେଳେ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି ।

ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ଗୁମ୍ମା, ଗୋଷାଣୀ ବ୍ଲକ ଏବଂ କାଶୀନଗର ବ୍ଲକର ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ସଟଡାଉନ୍ ରହିବ । ଏହି ସମୟରେ ଜରୁରୀ ସ୍ୱାସ୍ଥ୍ୟସେବା ଓ କ୍ଷୀର ଯୋଗାଣ ଛଡ଼ା ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସଟଡାଉନ୍ ସମୟରେ ୪୦ଟି ସ୍ୱାସ୍ଥ୍ୟ ସେବା ଦଳ ବିଭିନ୍ନ ସ୍ଥାନ ଭ୍ରମଣ କରି କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବେ ।

ଏହି କାର୍ଯ୍ୟରେ ଡାକ୍ତରୀ ଦଳକୁ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି । ସଟଡାଉନ୍ ପାଇଁ ଆବଶ୍ୟକୀୟ ସାମଗ୍ରୀ ମହଜୁଦ୍ ରଖିବାକୁ ପ୍ରଶାସନ ପରାମର୍ଶ ଦେଇଛି । ସମସ୍ତ ରାସନ ଦୋକାନ ଖୋଲିବା ପାଇଁ ସୁଯୋଗ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

https://nandighoshatv.com/corona-update-218-more-corona-positive-found-in-odisha/

Leave a Reply