ଲଗାତର ୨୦ ଦିନ ହେଲା ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର… ପେଟ୍ରୋଲ ୧୦ ଓ ଡିଜେଲ ୧୧ ଟଙ୍କା ବୃଦ୍ଧି

fuel prices hiked for 20 consecutive days

ନୂଆଦିଲ୍ଲୀ: ତେଲ ଦର ଉପରେ ଆଉ ଲଗାମ ନାହିଁ । ରାତି ପାହିଲେ ମୂଲ୍ୟ ବଢୁଛି । ଗତ ୨୦ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୧୦ ଟଙ୍କା ଏବଂ ଡିଜେଲ ଦର ୧୧ ଟଙ୍କା ବୃଦ୍ଧି ପାଇଲାଣି । ଡଲାର ତୁଳନାରେ ଟଙ୍କାର ଦୁର୍ବଳ ହେବା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଏବଂ ଡେଲିପ୍ରାଇସ ମେକାନିଜିମ୍ ଅନୁଯାୟୀ ତୈଳ ଦର ବୃଦ୍ଧି ହେଉଛି ।

ଜୁନ ୬ତାରିଖରେ ପେଟ୍ରୋଲ ଲିଟର ପିଛା ୭୧ଟଙ୍କା ୬୯ ପଇସା ଓ ଡିଜେଲ ଲିଟର ପିଛା ୬୭ଟଙ୍କା ୭୦ ପଇସା ଥିଲା। ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ତୈଳ ଦର ବଢିବାର ବଡ କାରଣ ହେଲା ରାଜ୍ୟ ସରକାରଙ୍କ ଭାଟ ଏବଂ କେନ୍ଦ୍ର ସରକାରଙ୍କ ଏକସାଇଜ ଡ୍ୟୁଟି । ରାଜ୍ୟର ସବୁଠାରୁ ଅଧିକ ମୂଲ୍ୟ କୋରାପୁଟରେ ଦେଖିବାକୁ ମିଳିଛି ।

କୋରାପୁଟରେ ଏବେ ପେଟ୍ରୋଲ ଲିଟର ପିଛା ୮୪ଟଙ୍କା ୫୬ ପଇସା ଏବଂ ଡିଜେଲ ୮୨ଟଙ୍କା ୦୬ ପଇସା ରହିଛି । ଦର ଅଧିକ ରହିବାର କାରଣ ହେଲା, ଡିପୋରୁ କୋରାପୁଟକୁ ଦୂରତା । ପାରାଦ୍ୱୀପ ବା ଜଟଣୀରେ ଥିବା ତେଲ ଡିପୋରୁ କୋରାପୁଟ ଅବା ସୀମାନ୍ତ ଅଂଚଳକୁ ପରିବହନ ଖର୍ଚ୍ଚ ଅଧିକ ପଡୁଛି । ତେଣୁ ଏଠାରେ ଦର ଅଧିକ ରହୁଥିବା ଜଣାପଡିଛି ।

Leave a Reply