ଅବହେଳିତ କରୋନା ଯୋଦ୍ଧା, ଏଏନ୍‌ଏମ୍‌ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ..

ANM Karmi Attacked Jaleswar

ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ହେଲେ ଏହି କରୋନା ଯୁଦ୍ଧରେ ସବୁଠୁ ଆଗରେ ରହି ଲଢ଼ୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ଏବେ ବି ଅବହେଳିତ । କରୋନାରୁ ଲୋକଙ୍କୁ ରକ୍ଷା କରିବାକୁ ଦିନରାତି ଅହରହ ପ୍ରଚେଷ୍ଟା ଚଳାଇଥିଲେ ମଧ୍ୟ ଆଜି ସେମାନେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲାରୁ ।

ANM Karmi Attacked Jaleswar

ଟିଏମ୍‌ସିରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ କୋଭିଡ୍ ଯୋଦ୍ଧାଙ୍କୁ ଆକ୍ରମଣ କରାଯାଇଛି । ଆଶା, ଏଏନଏମ୍‌ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି ଉତ୍ୟକ୍ତ ଗାଁ ଲୋକେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବାରବାଟିଆ ଟିଏମ୍‌ସିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ANM Karmi Attacked Jaleswar

ଗତ ୨୦ ତାରିଖରେ ଆଫ୍ରିକାରୁ ଫେରିଥିଲେ ଜଣେ ଯୁବକ । ତାଙ୍କୁ ଟିଏମ୍‌ସିରେ ରଖାଯାଇଥିଲା । ସେଠାରେ ସେ କିଛି ଦିନ ରହିବା ପରେ ଗତ ମଙ୍ଗଳବାର ରାତିରେ ସେ ଖାଇବା ସାରି ଶୋଇଥିଲେ । ହେଲେ ବୁଧବାର ସକାଳୁ ସେ ଆଉ ଉଠିନଥିଲେ । ଏହି ଖବର ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସେମାନେ ଉତ୍ତ୍ୟକ୍ତ ହୋଇଯାଇଥିଲେ । ଯୁବକଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ ଆଣିଥିଲେ ।

ANM Karmi Attacked Jaleswar

ଖାଲି ସେତିକି ନହେଁ ଉତ୍ୟକ୍ତ ଲୋକେ ଟିଏମ୍‌ସିରେ ତାଲା ପକାଇ ଦେଇଥିଲେ । ଆଶା କର୍ମୀ, ଏଏନଏମ୍ ପାଚେରୀ ଡେଇଁ ଯାଉଥିବା ବେଳେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ଉତ୍ୟକ୍ତ ଲୋକେ । ଏହାକୁ ନେଇ ବାରବାଟିଆ ଟିଏମସିରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ, ତହସିଲଦାର, ବିଡିଓ, ଡାକ୍ତର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ପରିସ୍ଥିତିକୁ ସାନ୍ତ କରିଛନ୍ତି । ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିବା ସହ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି ।

ANM Karmi Attacked Jaleswar

Leave a Reply