୧୨ ଲକ୍ଷ କୋଟି ଟଙ୍କା ଋଣ କରିବେ ସରକାର: ଜାଣନ୍ତୁ କିଭଳି ଓ କେଉଁଠୁ ଆଣିବେ ଋଣ

ନୂଆଦିଲ୍ଲୀ: କରୋନା ସଂକଟ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଛି । ଏଣୁ ସରକାର ଚଳିତ ଆର୍ଥିକ ବର୍ଷରେ ଋଣ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାଖାପାଖି ୧୨ ଲକ୍ଷ କୋଟି ଟଙ୍କା ଋଣ ନିଆଯିବ । ଏ ନେଇ ବଜେଟରେ ଘୋଷଣା କରିଛନ୍ତି ସରକାର । ତେବେ ଆସନ୍ତୁ ଜାଣିବା ସରକାର କିଭଳି ଆଣନ୍ତି ଋଣ । ସରକାର ଦୁଇ ପ୍ରକାର ଋଣ ନିଅନ୍ତି । ଆଭ୍ୟନ୍ତରୀଣ ଓ ବାହ୍ୟ ଋଣ । ଆଭ୍ୟନ୍ତରୀଣ ଋଣରେ ସରକାର ଦେଶ ଭିତରୁ ଋଣ ନିଅନ୍ତି । ବାହ୍ୟ ଋଣ ଯାହା ସରକାର ଦେଶ ବାହାରୁ ଆଣନ୍ତି ।

           ବ୍ୟାଙ୍କ, ବୀମା କମ୍ପାନୀ, ରିଜର୍ଭ ବ୍ୟାଙ୍କ, କର୍ପୋରେଟ୍ କମ୍ପାନୀ, ମ୍ୟୁଚଲ ଫଣ୍ଡ ଆଦିରୁ ଆଭ୍ୟନ୍ତରୀଣ ଋଣ ନିଆଯାଏ । ବାହ୍ୟ ଋଣ ଅନ୍ୟ ମିତ୍ର ଦେଶ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ୱ ବ୍ୟାଙ୍କ ଭଳି ସଂସ୍ଥାଠାରୁ ଅଣାଯାଏ । ଏଥିପାଇଁ ସରକାରଙ୍କୁ ଆମେରିକୀୟ ଡଲାର କିମ୍ୱା ଅନ୍ୟ ବିଦେଶୀ ମୁଦ୍ରାରେ ଋଣ ସୁଝିବାକୁ ପଡ଼େ । ବିଶ୍ୱ ବ୍ୟାଙ୍କ ଅନୁସାରେ ଯେଉଁ ଦେଶର ବାହ୍ୟ ଋଣ ଅର୍ଥାତ ବିଦେଶୀ ଋଣ ମୋଟ ଜିଡିପିର ୭୭ ପ୍ରତିଶତ ହୋଇଥାଏ, ସେହି ଦେଶକୁ ଆଗକୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼େ । ଏଭଳି କରିବା ଦ୍ୱାରା ଦେଶର ଜିଡିପି ୧.୭ ପ୍ରତିଶତକୁ ହ୍ରାସ ଘଟିବ ।

ଏଥିସହିତ ପଢ଼ନ୍ତୁ: ବଲିଉଡ୍ ବ୍ରାଣ୍ଡ୍ ଭ୍ୟାଲୁରେ ଅକ୍ଷୟ ନମ୍ବର ୱାନ୍ ଖିଲାଡି

ସରକାର ସାଧାରଣତଃ ସରକାରୀ ସିକ୍ୟୁରିଟିଜ୍ ଦ୍ୱାରା ଋଣ ନିଅନ୍ତି । ମାର୍କେଟ ଷ୍ଟେବିଲାଇଜେସନ୍ ବଣ୍ଡ, ଟ୍ରେଜେରି ବିଲ୍, ସ୍ପେଶାଲ ସିକ୍ୟୁରିଟିଜ୍, ଗୋଲ୍ଡ ବଣ୍ଡ, ସ୍ମଲ୍ ସେଭିଂ ସ୍କିମ୍, କେସ୍ ମ୍ୟାନେଜମେଣ୍ଟ ବିଲ୍ ଆଦି ଦ୍ୱାରା ଯାହା ବି ଅର୍ଥ ଆସେ ତାହା ସରକାର ପାଇଁ ଏକ ପ୍ରକାର ଋଣ ହୋଇଥାଏ । ଯଦି କେହି ସରକାରୀ ସିକ୍ୟୁରିଟିଜରେ ନିବେଶ କରେ ତେବେ ସେ ଏକ ପ୍ରକାର ସରକାରଙ୍କୁ ଋଣ ଦେଇଥାଏ । ସରକାର ଏକ ନିଶ୍ଚିତ ସମୟ ପରେ ଏହି ଋଣ ପରିଶୋଧ କରିବା ସହ ଧାର୍ଯ୍ୟ ସୁଧ ପଇଠ କରିଥାନ୍ତି ।

Leave a Reply