ମାଗଣା ମିଳିବ ୫ କେଜି ଶସ୍ୟ, କେଜିଏ ଡାଲି

ନୂଆଦିଲ୍ଲୀ: ଲକଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଭୋକିଲା ରହିବେ ନାହିଁ । ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ସେମାନଙ୍କୁ ସହାୟତା ଦିଆଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ହିତାଧିକାରୀ ତାଲିକାରେ ସାମିଲ୍ ନଥିଲେ ବି ସେମାନଙ୍କୁ ରାସନ ମିଳିବ ।

୨ ମାସ ପାଇଁ ସମସ୍ତ ପ୍ରବାସୀ ପରିବାରକୁ ମାସିକ ୫ କେଜି ଶସ୍ୟ ସହ ଏକ କେଜି ଚଣା ଡାଲି ଯୋଗାଇ ଦିଆଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏ ଘୋଷଣା କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୨ ମାସରେ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ପ୍ରାୟ ୮ କୋଟି ପ୍ରବାସୀ ଉପକୃତ ହେବେ ।

ବିନା ଗ୍ୟାରେଣ୍ଟିରେ ମିଳିବ ଋଣ, ବର୍ଷେ ଯାଏଁ ଦେବାକୁ ପଡ଼ିବନି ମୂଳଧନ

ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଚିହ୍ନଟ କରି ଏହି ସୁବିଧା ଯୋଗାଇ ଦେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏଥିସହ ମାର୍ଚ୍ଚ ୨୦୨୧ ସୁଦ୍ଧା ସାରା ଦେଶରେ ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ଲାଗୁ ହେବ । ଫଳରେ ଯେ କେହି ବି ଦେଶର କୌଣସି ସରକାରୀ ବିକ୍ରୟ କେନ୍ଦ୍ରରୁ ରାସନ ନେଇପାରିବ । ପ୍ରବାସୀ ଶ୍ରମିକ ଏହା ଦ୍ୱାରା ବିଶେଷ ଭାବରେ ଉପକୃତ ହେବେ । ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାଇ କାମ କରୁଥିବା ଶ୍ରମିକ ନିଜ ପାଖରେ ଥିବା କାର୍ଡ ଦ୍ୱାରା ଦେଶର ଯେକୌଣସି ସ୍ଥାନରୁ ରାସନ ନେଇ ପାରିବେ ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

Leave a Reply