ସୁନା କିଣୁଛନ୍ତି କି ? ସାବଧାନ୍ ହୋଇ କିଣନ୍ତୁ, ନହେଲେ ଠକିଯିବେ ।

ଭୁବନେଶ୍ୱର : ବଢ଼ୁଛି ସୁନା କାରବାର । ସେହି ଅନୁସାରେ ରାଜ୍ୟରେ ସୁନା ଦୋକାନୀ ମଧ୍ୟ ଲୋକଙ୍କୁ ଠକିବାରେ ଲାଗିଛନ୍ତି । ଏ ନେଇ ସରକାର ବିଧାନସଭାରେ ଉତ୍ତର ରଖିଛନ୍ତି ।

କଟକ ଓ ବାଲେଶ୍ୱରରେ ସର୍ବାଧିକ ସୁନା ଦୋକାନି ଲୋକଙ୍କୁ ଠକୁଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବି ଗ୍ରାହକ ମାନଙ୍କୁ ଲୁଟୁଛନ୍ତି ଦୋକାନି । ବାଲେଶ୍ୱରରେ ୬ଟି, ଖୋର୍ଦ୍ଧାରେ ୪ଟି, କଟକରେ ୭ଟି ଦୋକାନ ଉପରେ ଚଢ଼ାଉ ହୋଇଛି । ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତେବେ ବିଭାଗୀୟ ମନ୍ତ୍ରୀ ଭୁବନେଶ୍ୱର ଓ ବ୍ରହ୍ମପୁରର ସୁନା ଦୋକାନଗୁଡିକ ଯାଞ୍ଚ ପାଈଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ସୁନାଗହଣା ଦୋକାନୀଙ୍କ ସବିଶେଷ ତାଲିକା ମନ୍ତ୍ରୀଙ୍କଠୁ ମାଗିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ କହିଥିଲେ ଯେ,  ରାଜ୍ୟଵାସୀ ବିସ୍ତୃତ ତଥ୍ୟ ଜାଣିଲେ ଆଉ ସେ ଠକ ଦୋକାନକୁ ଅନ୍ତତଃ ଯିଵେନି । ତେବେ ଛୋଟ ଦୋକାନୀଙ୍କୁ ଧରି ବାହାଵା ନେବାକୁ ପ୍ରୟାସ କରୁଛନ୍ତି କି ସରକାର। ନରସିଂହଙ୍କ ପ୍ରଶ୍ନକୁ ବି ପ୍ରଶଂସା କରିଥିଲେ ବାଚସ୍ପତି। ଠକୁଥିବା ଗହଣା ଦୋକାନୀଙ୍କ ଵାଵଦରେ ସମସ୍ତେ ଜାଣିବା ଦରକାର। ଏପରିକି ଭୁବନେଶ୍ୱର ଓ ଵ୍ରହ୍ମପୁରରେ ଏହି ତାଲିକାରେ ଗୋଟିଏ ବି ଦୋକାନ ନଥିବା ନେଇ ବାଚସ୍ପତି ବି ଆଚମ୍ଵିତ ହୋଇଥିଲେ। ତୁରନ୍ତ ଏହି ଦୁଇ ସହରର ନିରୀକ୍ଷକଙ୍କୁ ଯାଞ୍ଚ ଲାଗି ତତ୍ପରତା ଦେଖାଇଵାକୁ ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply