ହିଂସା ପରେ ଆନ୍ଦୋଳନରୁ ଓହରିଲେ ଚାଷୀ ନେତା

1 min read

ନୂଆଦିଲ୍ଲୀ: ଦିଲ୍ଲୀ ଭିତରେ ଆନ୍ଦୋଳନରତ ଚାଷୀଙ୍କ ହିଂସାକାଣ୍ଡ ପରେ ସଂଗଠନରେ ଫାଟ ସୃଷ୍ଟି ହୋଇଛି । ପରସ୍ପର ଉପରେ ଦୋଷ ଲଦାଲଦି ଆରମ୍ଭ ହୋଇଯାଇଛି । କୃଷକ ନେତା ଭାନୁପ୍ରତାପ ସିଂହ ଏବଂ ବିଏମ୍ ସିଂହ ଆନ୍ଦୋଳନରୁ ଓହରିଛନ୍ତି । ଏହି ଦୁଇ ନେତାଙ୍କ ନେତୃତ୍ୱରେ ଥିବା ସଂଗଠନ ଏଣିକି ଜାରି ରହିଥିବା କୃଷକ ଆନ୍ଦୋଳନରେ ଯୋଗ ଦେବେ ନାହିଁ ।

Fraction In Farmers Protest

ଭାନୁ ପ୍ରତାପଙ୍କ ନେତୃତ୍ୱରେ ଭାରତୀୟ କିଷାନ ୟୁନିୟନ ଏବଂ ବିଏମ୍ ସିଂହଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ କୃଷକ ମଜଦୂର ସଂଗଠନ ଏହି ଆନ୍ଦୋଳନରେ ଯୋଗ ଦେଇଥିଲା । ଉଭୟ ନେତା ଭାରତୀୟ କୃଷକ ୟୁନିୟନ ନେତା ରାକେଶ ଟିକାୟତଙ୍କୁ ଦାୟୀ କରି ଆନ୍ଦୋଳନ ଛାଡ଼ିଥିବା କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି- ଟିକାୟତ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ତାଙ୍କରି ଯୋଗୁ ହିଂସା ହୋଇଛି ବୋଲି ଆରୋପ ଲଗାଇଛନ୍ତି ଶ୍ରୀ ସିଂହ । ସେ ତାଙ୍କ ଆନ୍ଦୋଳନ ଜାରି ରଖିପାରନ୍ତି । ହେଲେ ମୁଁ ଲୋକଙ୍କୁ ମାଡ଼ ଖୁଆଇବା ବା ସହିଦ କରିବା ପାଇଁ ଚାହିଁବି ନାହିଁ । ଏଣୁ ମୁଁ ଏହି ଆନ୍ଦୋଳନରୁ ନିଜକୁ ଦୂରଉଛି ବୋଲି କହିଛନ୍ତି ବିଏମ୍ ସିଂହ ।

Fraction In Farmers Protest

ଶ୍ରୀ ସିଂହ ସର୍ବ ଭାରତୀୟ କିଶାନ ସଂଘର୍ଷ ସଂଯୋଜନା କମିଟିର ମଧ୍ୟ ମୁଖ୍ୟ ନେତା ଭାବେ କାର୍ଯ୍ୟ କରନ୍ତି । ଏବେ ଆନ୍ଦୋଳନରୁ ଓହରିଯିବା କୃଷକ ଆନ୍ଦୋଳନ ଉପରେ ଯଥେଷ୍ଟ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । ତେବେ  ଦେଶରେ ଯେଉଁପରି ଭାବେ ସରକାର ଏମ୍ଏସପି ଉଚ୍ଛେଦ ପଥରେ ଚାଲିଛନ୍ତି ତାହାକୁ ସେ ସମର୍ଥନ କରନ୍ତି ନାହିଁ । ଏମ୍ଏସପି ସୁରକ୍ଷିତ କରିବା ପାର୍ଇ ତାଙ୍କର ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।

ସେହିପରି ଅସାମାଜିକ ଲୋକଙ୍କ ସହ ଆମେ ନାହୁଁ ବୋଲି କହି ଭାନୁପ୍ରତାପ ଆନ୍ଦୋଳନରୁ ଓହରିଥିବା କହିଛନ୍ତି ।

Fraction In Farmers Protest

ସାଧାରଣତନ୍ତ୍ର ଦିବସ ଅବସରରେ କୃଷକ ସଂଗଠନ ପକ୍ଷରୁ ବୁଧବାର ଟ୍ରାକ୍ଟର ରାଲି ଆୟୋଜନ କରାଯାଇଥିଲା । ଆନ୍ଦୋଳନକାରୀମାନେ ଦିଲ୍ଲୀ ଭିତରେ ପଶି ହିଂସା ଓ ଉତ୍ତେଜନା ବଢ଼ାଇବା ସହ ଲାଲ୍ କିଲ୍ଲାରେ ଜାତୀୟ ପତାକା ପ୍ରତି ଅବମାନନା କରିଥିଲେ । ଏହା ସାରା ବିଶ୍ୱରେ ଭାରତର ପ୍ରତିଛବିକୁ ହାନୀ ପହଞ୍ଚାଇଛି । ବିଭିନ୍ନ ସଂଗଠନ ସହ ରାଜନୀତିକ ଦଳ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି ।

Leave a Reply