ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ, ଘର ଭଦ୍ରକ

1 min read

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ କରୋନା ପଜିଟିଭ୍ ମାମଲା ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଚତୁର୍ଥ କରୋନା ଆକ୍ରାନ୍ତ ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ । ତାଙ୍କ ବୟସ ୨୯ ବର୍ଷ ହୋଇଥିବା ଜଣା ପଡ଼ିଛି । ନିକଟରେ ସେ ଦୁବାଇ ଗସ୍ତରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଏହା ପୂର୍ବରୁ ରାଜ୍ୟରେ ୩ ଜଣଙ୍କ ଠାରେ କରୋନା ପଜିଟିଭି ମିଳିଥିଲା । ୨ ଜଣଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଜାରି ରହିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଏମ୍ସରେ ଜାରି ରହିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଥିବା ଜଣାପଡ଼ିଛି । ଆଜି ରାଜ୍ୟରେ ମୋଟ ୧୩୭ଟି ସ୍ୱାବ ପରୀକ୍ଷା ହୋଇଥିବା ବେଳେ ଏମ୍ସରେ ଭଦ୍ରକ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

କରୋନା ମୁକାବିଲାରେ ମିଶନ ଶକ୍ତି ପାଲଟିଛି ଓଡ଼ିଶା ଶକ୍ତି

ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଭଦ୍ରକ ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଆକ୍ରାନ୍ତ ଯୁବକଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଯୁବକଙ୍କ ସମ୍ପର୍କରେ ଆସିଥିବା ଅନ୍ୟମାନଙ୍କୁ ଖୋଜିବା ଏବଂ ସେମାନଙ୍କ ସାମ୍ପୁଲ ପରୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ଉପରେ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ନଜର ରଖିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଧାର୍ମିକ ସମ୍ମିଳନୀରୁ ଦେଶର ୨୦ ରାଜ୍ୟରେ କରୋନା ସଂକ୍ରମଣ !

ରାଜ୍ୟର ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ବିଦେଶ ଗସ୍ତରୁ ଫେରିଥିବା ବେଳେ ତୃତୀୟ ଆକ୍ରାନ୍ତ ଜଣଙ୍କ ଦିଲ୍ଲୀରୁ ଫେରିବା ପରେ କରୋନା ପଜିଟିଭ୍ ମିଳିଥିଲା । ଚତୁର୍ଥ ଆକ୍ରାନ୍ତ ଜଣଙ୍କ ମଧ୍ୟ ବିଦେଶରୁ ଆସିଛନ୍ତି । ରାଜ୍ୟ ସରକାର ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦେବାସହ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଏହି ସବୁ ଖାଦ୍ୟ ଖାଇଲେ ମିଳିବ କରୋନା ସହ ଲଢ଼ିବାର ଶକ୍ତି

Leave a Reply