ପୃଥକ ପୃଥକ ଦୁର୍ଘଟଣାରେ ଦମ୍ପତିଙ୍କ ସମେତ ୪ ମୃତ, ଜଣେ ଗୁରୁତର

Four Dead In Different Road Accident In Puri And Baripada

ସାକ୍ଷୀଗୋପାଳ/ବାରିପଦା: ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କଣାସ ବରୁଣେଇ ବ୍ରିଜ୍ ବେଣା ଗାଁ ପେଟ୍ରୋଲ ପମ୍ପ ନିକଟ ନୂଆ ଜଗନ୍ନାଥ ସଡ଼କରେ ଦୁର୍ଘଟଣା ଘଟିଛି । ଏଥିରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ପୁରୀ ନୀଳଚକ୍ର ନଗରର ରମାକାନ୍ତ ଆଚାର୍ଯ୍ୟ ଓ ସନ୍ଧ୍ୟା ରାଣୀ ମିଶ୍ର । ସନ୍ଧ୍ୟା ରାଣୀ ଏବଂ ତାଙ୍କ ସ୍ୱାମୀ ରମାକାନ୍ତ କଣାସ ବିଇଓଙ୍କୁ ଭେଟି ସ୍କୁଟିରେ ଫେରୁଥିବାବେଳେ ଏକ ବାଲି ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Four Dead In Different Road Accident In Puri And Baripada

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ବାଇଗଣବାଡ଼ିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ କୁଳିଅଣା ଆଡ଼ୁ ବାରିପଦା ଆସୁଥିବା ବେଳେ ପଲସର ବାଇକ୍ ସହ ସାଇକେଲ୍ ଆରୋହୀ ରାସ୍ତା ପାର୍ ବେଳେ ଧକ୍କା ହୋଇଥିଲେ । ଦୁର୍ଘଟଣା ପରେ ସାଇକେଲ୍ ଓ ବାଇକ୍ ଆରୋହୀ ଟ୍ରକରେ ପିଟି ହୋଇ ଯାଇଥିଲେ ।

Four Dead In Different Road Accident In Puri And Baripada

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତରଙ୍କୁ ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ଗାଡ଼ିରେ ପିଆରଏମ୍ ହସ୍ପିଟାଲକୁ ସ୍ଥାନ୍ତାରିତ କରିଥିଲେ । ଅନ୍ୟ ଜଣେ ଗୁରୁତରଙ୍କ ମୃତ୍ୟୁ ବାରିପଦା ହସ୍ପିଟାଲରେ ହୋଇଛି । ମୋଟ ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ କୁଳିଅଣା ହସ୍ପିଟାଲର ଆୟୁଷ ଡାକ୍ତର ଡକ୍ଟର ରାମଚନ୍ଦ୍ର ମୁର୍ମୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ ।

Leave a Reply