ଜାନୁଆରୀ ୨୬ରେ ଅଯୋଧ୍ୟା ମସ୍‌ଜିଦ୍‌ର ଭିତ୍ତିପ୍ରସ୍ତର ସ୍ଥାପନ, ବାବ୍ରିଠୁ ହେବ ବିଶାଳ

1 min read
Babri-masjid-Ram-mandir

ନୂଆଦିଲ୍ଲୀ: ୨୬ ଜାନୁଆରୀରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସ୍‌ଜିଦର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଏଥିପାଇଁ ଆବଣ୍ଟିତ ହୋଇଥିବା ୫ ଏକର ଜାଗାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଇଣ୍ଡୋ ଇସଲାମିକ କଲଚୁରାଲ ଫାଉଣ୍ଡେସନ ପକ୍ଷରୁ ଏନେଇ ବ୍ୟାପକ ଯୋଜନା ମଧ୍ୟ କରାଯାଇଛି । ସୁନି ବୋର୍ଡ ମଧ୍ୟ ମସଜିଦ୍‌ ନିର୍ମାଣ ପାଇଁ ଏକ କମିଟି ଗଠନ କରି ବାସ୍ତୁଶାସ୍ତ୍ର ଅନୁସାରେ ମସଜିଦର ରୁପ ରେଖକୁ ଧାର୍ଯ୍ୟ କରିଛନ୍ତି ।

Babri MAsjid

ମସଜିଦ୍‌ ପରିସରରେ ଏକ ମଲ୍ଟି ସ୍ପେଶାଲ ହସ୍ପିଟାଲ, ପୁସ୍ତକାଳୟ ଏବଂ ସାର୍ବଜନିକ ରୋଷେଇ କକ୍ଷ ରହିବ ବୋଲି ଜଣାପଡିଛି । ମସଜିଦ୍‌ରେ‌ ଏକକାଳିନ ୨ ହଜାର ଲୋକ ନମାଜ ପାଠ କରିପାରିବେ । ଏହାର ଢାଞ୍ଚା ଗୋଲାକାର ରହିବ । ସୁପ୍ରିମକୋର୍ଟ ଗତବର୍ଷ ନଭେମ୍ବର ୯ରେ ଐତିହାସିକ ରାୟ ଶୁଣାଇଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସହ ମସଜିଦ୍‌ ମଧ୍ୟ ନିର୍ମାଣ ହେବ ବୋଲି ରାୟ ଶୁଣାଇଥିଲେ । ଏଥିସହ ମସଜିଦ୍‌ ପାଇଁ ୫ ଏକର ଜମି ମଧ୍ୟ ସୁନି ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା ।

ଅନ୍ୟପଟେ ଜାନୁଆରୀ ୧୫ରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହେବ । କିନ୍ତୁ ଏଥିରେ ବିଦେଶୀ ଟଙ୍କା ଆଦୌ ବ୍ୟବହାର ହେବ ନାହିଁ ବୋଲି ରାମ ଜନ୍ମଭୂମି ଟ୍ରଷ୍ଟ ନିଷ୍ପତ୍ତି ନେଇଛି । ମନ୍ଦିର ନିର୍ମାଣ ପାଇଁ ସିଏସ୍ଆର୍ ପାଣ୍ଠି ବ୍ୟବହାରକୁ ମଧ୍ୟ ଅନୁମତି ମିଳିନାହିଁ । କେବଳ ସାଧାରଣ ଲୋକଙ୍କ ଟଙ୍କାରେ ମନ୍ଦିର ପ୍ରସ୍ତୁତ ହେବ ।

Babri MAsjid

ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଅନୁଯାୟୀ, ସଂଗ୍ରହାଳୟ, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସିଏସ୍ଆର ପାଣ୍ଠି ବ୍ୟବହାର କରାଯାଇପାରିବ, କିନ୍ତୁ ମନ୍ଦିର ନିର୍ମାଣରେ ଏହା ବ୍ୟବହାର ହେବ ନାହିଁ । FCRA ଅଭାବରୁ ଟ୍ରଷ୍ଟ ବିଦେଶରୁ ପାଣ୍ଠି ସଂଗ୍ରହ କରିପାରିବ ନାହିଁ ବୋଲି ଚମ୍ପତ ରାୟ ସ୍ପଷ୍ଟ କରିଛନ୍ତି । ମନ୍ଦିର ନିର୍ମାଣ ପାଇଁ କମ୍ପାନୀ ଏବଂ ସରକାରଙ୍କଠାରୁ କୌଣସି ଆର୍ଥିକ ସହାୟତା ନ ନେବାକୁ ଟ୍ରଷ୍ଟ ନିଷ୍ପତ୍ତି ନେଇଛି । କିନ୍ତୁ ବିଦେଶରେ ରହୁଥିବା ଭାରତୀୟ ଚାହିଁଲେ ଭାରତୀୟ ବ୍ୟାଙ୍କ ଆକାଉଣ୍ଟରୁ ଦାନ କରିପାରିବେ । ସାଧାରଣ ଲୋକ କୁପନ ମାଧ୍ୟମରେ ଟଙ୍କା ଦେଇପାରିବେ ।

ସୂଚନାଯୋଗ୍ୟ, ମକର ସଂକ୍ରାନ୍ତିଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ୪୨ ଦିନ ମଧ୍ୟରେ ସାରା ଦେଶରେ ପାଣ୍ଠି ସଂଗ୍ରହ ପାଇଁ ଟ୍ରଷ୍ଟ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କିରବ । ଏହି ସମୟରେ, ଅତିକମ୍‌ରେ ଦେଶର ଅଧା ଲୋକଙ୍କ ପାଖରେ ସେମାନେ ପହଞ୍ଚିବା ପାଇଁ ପ୍ରୟାସ କରିବେ। ଫଳରେ ସାଧାରଣ ଲୋକ ମନ୍ଦିର ନିର୍ମାଣ ପ୍ରକ୍ରିୟା ସହିତ ଯୋଡ଼ି ହେଉଥିବା ଅନୁଭବ କରିବେ ।

Leave a Reply